ସୀମାରେ ପୁଣି ସଂଘର୍ଷ, ୨୦ ଚାଇନା ସେନା ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

ସୀମାରେ ପୁଣି ସଂଘର୍ଷ, ୨୦ ଚାଇନା ସେନା ଆହତ

ନୂଆଦିଲ୍ଲୀ: ପୁଣି ସୀମାରେ ଭାରତ ଓ ଚାଇନା ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ସିକିମର ନାକୁ ଲାରେ ଉଭୟ ଦେଶର ସେନା ହାତାହାତି ହୋଇଛନ୍ତି। ଏହି ଘଟଣା ତିନିଦିନ ଦଳର ବୋଲି କୁହାଯାଉଛି। ସିକିମର ନାକୁ ଲାରେ ଚାଇନା ସେନା ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। ଏହି ସମୟରେ ଭାରତୀୟ ସେନା ଏହାର ପ୍ରତିରୋଧ କରିଥିଲେ। ଯେଉଁକାରଣରୁ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ୨୦ରୁ ଅଧିକ ଚାଇନା ସେନା ଆହତ ହୋଇଥିବା ସୂଚନା ମିଳିଛି। ସେହିପରି ଭାରତର ୪ଜଣ ସେନା ଆହତ ହୋଇଥିବା ଜଣାପଡ଼ିଛି।

ଭାରତୀୟ ସେନା ଚାଇନାର ସେନାକୁ ସେଠାରୁ ତଡ଼ିବାରେ ସଫଳ ହୋଇଛନ୍ତି। ହେଲେ ଏବେବି ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତୀୟ ପ୍ରାନ୍ତର ସବୁ ପଏଣ୍ଟରେ ପାଗ ଖରାପ ରହିଥିଲେ ହେଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ମୋଲ୍ଡାରେ ୧୫ ଘଣ୍ଟା ଧରି ଆଲୋଚନା ହୋଇଥିଲା।

ଏହାକୁ ମିଶାଇ ଭାରତ ଓ ଚାଇନା ମଧ୍ୟରେ ଏପର୍ଯ୍ୟନ୍ତ ୯ଥର ଆଲୋଚନା ହୋଇଛି, କିନ୍ତୁ କୌଣସି ବାଟ ଫିଟିପାରି ନାହିଁ। ସୀମାରେ ଉତ୍ତେଜନା କମ୍ କରିବା ପାଇଁ ଉଭୟ ଦେଶରେ ରାଜନେତା ପରସ୍ପରକୁ ସାକ୍ଷାତ କରୁଛନ୍ତି ଏବଂ ଏହି ମାମଲା ଉପରେ ଲଗାତର ଆଲୋଚନା କରୁଛନ୍ତି।

The post ସୀମାରେ ପୁଣି ସଂଘର୍ଷ, ୨୦ ଚାଇନା ସେନା ଆହତ appeared first on Odisha Reporter.



from Odisha Reporter https://ift.tt/3a4SLRD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages