ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ବିଗ୍ ବିଙ୍କ ଅଛନ୍ତି କୋଟି କୋଟି ପ୍ରଶଂସକ। ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ସମସ୍ତେ ଚାହିଁ ବସିଥା’ନ୍ତି। ବୟସର ଅପରାହ୍ନରେ ମଧ୍ୟ ସେ ବି-ଟାଉନରେ ନିଜର ଦବଦବା ବଜାୟ ରଖିଛନ୍ତି। ଗୋଟିକ ପରେ ଗୋଟିଏ ହିଟ୍ ଫିଲ୍ମରେ କାମ କରୁଛନ୍ତି ବିଗ୍ ବି। ତେବେ ଏହାରି ଭିତରେ ଅମିତାଭ ବର୍ତ୍ତମାନ ଅବସର ନେଇ ସାରିଲେଣି ବୋଲି ସେ ନିଜେ କହିଛନ୍ତି।
ନିକଟରେ ‘କେବିସି’ ସିଜନ-୧୨ର ଶେଷ ଏପିସୋଡ ଶୁଟିଂ ହୋଇଛି। ଏହି ଅବସରରେ ନିଜ ବ୍ଲଗ ଜରିଆରେ ବିଗ୍ ବି’ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଏବେ ଥକି ଗଲିଣି ଏବଂ ଅବସର ନେଇ ସାରିଲିଣି। ଆପଣ ସମସ୍ତଙ୍କ ଠାରୁ ମୁଁ କ୍ଷମା ଚାହୁଁଛି। ‘କେବିସି’ ଶୁଟିଂର ଶେଷ ଦିନଟି ବହୁତ ଲମ୍ବା ଥିଲା। ମୋତେ ଭୁଲିବେନି ମନେ ରଖିଥିବେ ବୋଲି ବିଗ୍ ବି’ ନିଜ ବ୍ଲଗରେ ଲେଖିଛନ୍ତି।
ସେ ଆହୁରି ଲେଖିଛନ୍ତି ଯେ, ଶୋ’ର ଶେଷ ଏପିସୋଡରେ ଫେରେୱେଲ ରୂପେ ଅନେକ ଭଲ ପାଇବା ମିଳିଛି। ଶୋ’ର ପୁରା କ୍ରୁ ମେମ୍ବରଙ୍କ ଠାରୁ ଢ଼େର ସାରା ଭଲପାଇବା ମିଳିଛି। କେବିସି ସେଟ୍ ମୋ ପାଇଁ ସ୍ମରଣୀୟ ରହିବ। ଏସବୁ କେବେ ନ ଅଟକି ଏମିତି ଚାଲିଥାଉ ବୋଲି ମୋର ଇଚ୍ଛା। ଆଶା କରୁଛି ଖୁବ୍ଶୀଘ୍ର ପୁଣି ଥରେ ଆରମ୍ଭ ହେବ।
ସୂଚନାଯୋଗ୍ୟ ଯେ, କରୋନାରୁ ସୁସ୍ଥ ହେବା ପରେ ଅମିତାଭ ବଚ୍ଚନ କୌନ ବନେଗା କରୋଡପତି -୧୨ର ଶୁଟିଂ ଆରମ୍ଭ କରିଥିଲେ। ତାଙ୍କୁ କରୋନା ହେବା ପରେ ସେ କେବିସିରେ ନଜର ଆସିବେନି ବୋଲି ଶୁଣିବାକୁ ମିଳୁଥିଲା କିନ୍ତୁ ସୁସ୍ଥ ହେବା ପରେ ତାଙ୍କର ଦମ୍ଦାର କମ୍ବ୍ୟାକ୍ ଦେଖିବାକୁ ମିଳିଥିଲା।
The post ଅବସର ନେଇଗଲେ ଅମିତାଭ! appeared first on Odisha Reporter.
from Odisha Reporter https://ift.tt/2MXG17b
No comments:
Post a Comment