ବ୍ରିସ୍ବେନ୍: ୨୦ ଓଭର ଭିତରେ ଭାରତର ୨ଟି ୱିକେଟ୍ ପଡ଼ିବା ପରେ ବ୍ରିସ୍ବେନ୍ରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ବନ୍ଦ ରହିଛି। କାରଣ ବର୍ଷା ଦେଇଛି ବାଧା। ବର୍ଷା ଯୋଗୁ ୨୬ ଓଭର ପରଠାରୁ ଖେଳ ବନ୍ଦ ରହିଛି।
ଚେତେଶ୍ୱର ପୂଜାରା ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୮ ଓ ୨ ରନ୍ କରି ଅପରାଜିତ ଅଛନ୍ତି। ଅନ୍ୟପକ୍ଷରେ ଦଳ ଦୁଇ ଓପନରକୁ ହରାଇ ସାରିଛି।
୬.୨ ଓଭରରେ ମାତ୍ର ୭ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ ଶୁବମନ ଗିଲ୍। ବ୍ୟାଟ୍ କମିନ୍ସଙ୍କ ବଲ୍ରେ ସେ ଷ୍ଟିଭ୍ ସ୍ମିଥ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ୧୯.୫ ଓଭରରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ନାଥନ ଲିୟନଙ୍କ ବଲ୍ରେ ମିଚେଲ୍ ଷ୍ଟାର୍କଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ରୋହିତ ୭୪ଟି ବଲ୍ରେ ୬ଟି ଚୌକା ସହାୟତାରେ ୪୪ ରନ୍ କରିଥିଲେ।
ବର୍ଷା ବାଧା ଦେବା ପର୍ଯ୍ୟନ୍ତ ଭାରତ ୨୬ ଓଭରରେ ୨ଟି ୱିକେଟ୍ ହରାଇ ୬୨ ରନ୍ କରିଛି।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୩୬୯ ରନ୍ରେ ଅଲ୍ ଆଉଟ୍ ହୋଇଛି।
ଖବର ଲେଖାଯିବା ସୁଦ୍ଧା ଦଳ ୨୩ ଓଭରରେ ୬୦ ରନ୍ କରିଥିଲା। ଚେତେଶ୍ୱର ପୂଜାରା ୮ ରନ୍ କରି କ୍ରିଜ୍ରେ ଥିବା ବେଳେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଖାତା ଖୋଲି ନଥିଲେ।
Do not venture out. #AUSvIND pic.twitter.com/MBMh5ZflGa
— BCCI (@BCCI) January 16, 2021
The post ଭାରତକୁ ଝଟକା ପରେ ବନ୍ଦ ରହିଛି ଖେଳ appeared first on Odisha Reporter.
from Odisha Reporter https://ift.tt/2XJcsZ8
No comments:
Post a Comment