ଚାରିଆଡେ କୁହୁଡି, ଟ୍ରେନ୍‌ ଓ ବିମାନ ଚଳାଚଳ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 15, 2021

ଚାରିଆଡେ କୁହୁଡି, ଟ୍ରେନ୍‌ ଓ ବିମାନ ଚଳାଚଳ ବାତିଲ

ନୂଆଦିଲ୍ଲୀ: ଥଣ୍ଡା ସାଙ୍ଗକୁ ଚାରିଆଡେ କୁହୁଡିର ଘନ ଚାଦର। ସମଗ୍ର ଉତ୍ତର ଭାରତରେ ଜାରି ରହିଛି ଥଣ୍ଡାର ଥାର୍ଡଡିଗ୍ରୀ। ଶନିବାର ସକାଳୁ ଦିଲ୍ଲୀ ସମେତ ଅମୃତସର ଏବଂ ଲକ୍ଷ୍ନୌ ପର୍ଯ୍ୟନ୍ତ କୁହୁଡିର ମୋଟା ଚାଦର ଢ଼ାଙ୍କି ହୋଇ ରହିଥିବା ଦେଖିବାକୁ ମିଳିଛି। ପୁରା ଅଞ୍ଚଳରେ ଦୃଶ୍ୟମାନ ହେଉନାହିଁ। ଜିରୋ ଭିଜିବିଲିଟି ରେକର୍ଡ କରାଯାଇଛି। ଫଳରେ ଲୋକେ ଯାତାୟକ କରିବାରେ ମୁସ୍‌କିଲ ବଢ଼ିଛି। ଗାଡି ଚଳାଚଳରେ ବାଧା ଉପୁଜିଛି।

ପାଣିପାଗ ବିଭାଗ ମୁତାବକ, ପବନ ବହୁନଥିବା ଯୋଗୁଁ ଶୁକ୍ରବାର ସନ୍ଧ୍ୟାରୁ ହିଁ ସମଗ୍ର ଉତ୍ତର ଭାରତରେ କୁହୁଡି ଲାଗି ରହିଛି। ଆଇଏମ୍‌ଡି ମୁତାବକ ଆସନ୍ତାକାଲି ଯାଏ ଏଭଳି ପାଗ ଲାଗି ରହିବ। ସୋମବାର ଦିନ ସାମାନ୍ୟ କହୁଡି କମିବ। ଦିଲ୍ଲୀରେ ବାୟୁର ମାନ ଇଣ୍ଡେକ୍ସ ୪୯୨ ରେକର୍ଡ କରାଯାଇଛି। ଯାହା ଅତ୍ୟନ୍ତ ଖରାପ।

ସେପଟେ କୁହୁଡି ଯୋଗୁଁ ବିମାନ ଏବଂ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀକୁ ଆସୁଥିବା ଏବଂ ଦିଲ୍ଲୀରୁ ଯାଉଥିବା ପ୍ରାୟ ବିମାନ ବିଳମ୍ବରେ ଚାଲୁଛି। କୁହୁଡି ଯୋଗୁଁ ପାଖାପାଖି ୫୦ଟି ବିମାନ ବିଳମ୍ବରେ ଚାଲୁଛି। ଅନ୍ୟପଟେ ଦରଭଙ୍ଗା, କାନପୁର, ସୁରାଟ, ବାରାଣସୀ ଏବଂ ଦିଲ୍ଲୀକୁ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ ବୋଲି ସ୍ପାଇସଜେଟ୍‌ ବିମାନ କମ୍ପାନୀ କହିଛି। ଏଥିସହ ଗୋଟିଏ ବିମାନ ଉଡାଣ ବାତିଲ ହୋଇଛି।

ସେହିପରି ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଖରପ ପାଗ ଯୋଗୁଁ ଅନେକ ଟ୍ରେନ ବାତିଲ ହୋଇଛି। ସାରା ୨୪ରୁ ଅଧିକ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଏହା ବ୍ୟତୀତ ୧୦ଟି ଟ୍ରେନ୍‌କୁ ଆଂଶିକ ରୂପେ ବାତିଲ କରାଯାଇଥିବା ସୂଚନା ରହିଛି।

ପାଣିପାଗ ବିଭାଗର ସୂଚନା ମୁତାବକ ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳରେ ଶନିବାର ସକାଳୁ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଂଟା ମଧ୍ୟରେ ଆହୁରି ୦.୨ ଡିଗ୍ରୀ ତଳକୁ ପାରଦ ଖସିବା ନେଇ ସମ୍ଭାବନା ରହିଛି। ସଫଦରଗଞ୍ଜରେ ୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

The post ଚାରିଆଡେ କୁହୁଡି, ଟ୍ରେନ୍‌ ଓ ବିମାନ ଚଳାଚଳ ବାତିଲ appeared first on Odisha Reporter.



from Odisha Reporter https://ift.tt/38KVJep

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages