ସୋନୁ ସୁଦ୍‌ଙ୍କ ନାଁରେ FIR - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

ସୋନୁ ସୁଦ୍‌ଙ୍କ ନାଁରେ FIR

ମୁମ୍ବାଇ: ରିଲ୍‌ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ନାଁରେ ଏଫଆଇଆର୍‌। ମୁମ୍ବାଇ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ  କରିଛି। ବିଏମ୍‌ସି ସୋନୁଙ୍କ ନାଁରେ ଆଣିଛି ସାଙ୍ଘାତିକ ଅଭିଯୋଗ।

ମୁମ୍ବାଇ ଜୁହୁ ସ୍ଥିତ ତାଙ୍କର ଛଅ ମହଲା ବିଶିଷ୍ଟ ଘରକୁ ସୋନୁ ସୁଦ୍‌ ବ୍ୟବସାୟୀକ ପ୍ରତିଷ୍ଠାନରେ ପରିଣତ କରିଦେଇଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଦେଇଥିବା ବିଏମ୍‌ସି ଅଭିଯୋଗ କରିଛି।

ଏହି ଘଟଣାରେ ବିଏମ୍‌ସି ଗତ ୪ ତାରିଖରେ ଜୁହୁ ପୁଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲା। ଅଭିଯୋଗରେ କୁହାଯାଇଥିଲା ଯେ, ସୋନୁ ସୁଦ ଶକ୍ତିସାଗର ବିଲ୍ଡିଂକୁ ବିନା ସରକାରୀ ଅନୁମତିରେ ହୋଟେଲରେ ପରିଣତ କରି ଦେଇଛନ୍ତି। ତାଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ ପ୍ଲାନିଂ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ବିଏମ୍‌ସି ନିବେଦନ କରିଥିଲା।


ସେପଟେ ସୋନୁ ସୁଦ ଏହି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ତଥା ୟୁଜର ପରିବର୍ତ୍ତନ ପାଇଁ ବିଏମ୍‌ସିକୁ ସେ ଅନୁମତି ମାଗିଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁଁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅନୁମତି ମିଳିପାରି ନାହିଁ। ଅନୁମତି ପାଇଁ ଅପେକ୍ଷା କରିଥିବା ସୋନୁ କହିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଜାରି ରହିଥିବା ନେଇ ପୁଲିସ କହିଛି।

The post ସୋନୁ ସୁଦ୍‌ଙ୍କ ନାଁରେ FIR appeared first on Odisha Reporter.



from Odisha Reporter https://ift.tt/39aNmYy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages