ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ ପର୍ଣ୍ଣ ଷ୍ଟାର୍ ମିଆ ଖଲିଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 3, 2021

ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ ପର୍ଣ୍ଣ ଷ୍ଟାର୍ ମିଆ ଖଲିଫା

ନୂଆଦିଲ୍ଲୀ: ପପ୍ ଷ୍ଟାର୍ ରିହାନାଙ୍କ ପରେ ଏବେ ପୂର୍ବତନ ପର୍ଣ୍ଣ ଷ୍ଟାର୍ ମିଆ ଖଲିଫା ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ସେ ଟୁଇଟର୍ ଓ ଇନଷ୍ଟାଗ୍ରାମରେ ଚାଷୀ ଆନ୍ଦୋଳନକୁ ସମର୍ଥନରେ ପୋଷ୍ଟ କରିଛନ୍ତି। ସେ ଚାଷୀଙ୍କ ପ୍ରଦର୍ଶନର ଫଟୋ ମଧ୍ୟ ଶେଆର୍ କରିଛନ୍ତି। ମିଆ ଖଲିଫା ଇନଷ୍ଟା ଷ୍ଟୋରୀରେ ଚାଷୀ ଆନ୍ଦୋଳନର ଏକ ଫଟୋ ଶେଆର୍ କରିଛନ୍ତି। ଏଥିରେ ଜଣେ ପ୍ରଦର୍ଶନକାରୀ ପୋଷ୍ଟର ଧରିଛନ୍ତି, ଯେଉଁଥିରେ ଲେଖାଯାଇଛି କୃଷକଙ୍କୁ ହତ୍ୟା କରିବା ବନ୍ଦ କରାଯାଉ। ଏହି ଫଟୋ ତଳେ କ୍ୟାପସନରେ ମିଆ ଖଲିଫା ଲେଖିଛନ୍ତି, ଚାଷୀ ଆନ୍ଦୋଳନ ବେଳେ ଦିଲ୍ଲୀରେ ଇଣ୍ଟରନେଟ୍ ବନ୍ଦ କରିଦିଆ ଗଲା। ଏସବୁ କ’ଣ ଚାଲିଛି।

ମିଆ ଚାଷୀ ଆନ୍ଦୋଳନ ସମର୍ଥନରେ ଦୁଇଟି ଟୁଇଟ୍ କରିଛନ୍ତି। ପ୍ରଥମ ଟୁଇଟରେ ଲେଖିଛନ୍ତି, କେଉଁ ମାନବାଧିକାରର ଉଲ୍ଲଙ୍ଘନ ହେଉଛି? ସେମାନେ ନୂଆ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ କାଟି ଦେଇଛନ୍ତି? #FarmersProtest। ସେହିପରି ଆଉଏକ ଟୁଇଟରେ ଲେଖିଛନ୍ତି, ପେଡ୍ ଆକ୍ଟର,? ମୋ ବିଶ୍ୱାସ ଯେ ଆୱାର୍ଡ ସିଜନ୍ ବେଳେ ତାଙ୍କୁ ଅଣଦେଖା କରାଯିବ ନାହିଁ। ମୁଁ ଚାଷୀଙ୍କ ସହ ରହିଛି। #FarmersProtest

ଆମେରିକାର ବ୍ଲଗର ଆମାଣ୍ଡା କେର୍ନି ମଧ୍ୟ ସୋଶାଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦୁନିଆ ଦେଖୁଛି। ଏହି ମାମଲାକୁ ବୁଝିବା ପାଇଁ ଆପଣଙ୍କୁ ଭାରତୀୟ କିମ୍ବା ପଞ୍ଜାବୀ କିମ୍ବା ଦକ୍ଷିଣ ଏସିଆନ୍ ହେବା ଆବଶ୍ୟକ ନାହିଁ। ଆପଣଙ୍କୁ କେବଳ ମାନବିକତା କଥା ଚିନ୍ତା କରିବା ଦରକାର। ଶ୍ରମିକଙ୍କ ପାଇଁ ସର୍ବଦା ବାକ୍ ସ୍ୱାଧୀନତା, ଗଣମାଧ୍ୟମ ସ୍ୱାଧୀନତା, ବେସିକ୍ ହ୍ୟୁମାନ୍ ଓ ନୈତିକ ଅଧିକାର ଦାବି କରିଆସୁଛୁ। ଏହା ପୂର୍ବରୁ ମଙ୍ଗଳବାର ହଲିଉଡ୍ ପପ୍ ଷ୍ଟାର୍ ରିହାନା ଚାଷୀଙ୍କ ସମର୍ଥନ କରି ଏକ ପୋଷ୍ଟ କରିଥିଲେ। ରିହାନା ଲେଖିଛନ୍ତି, ଆମେ କାହିଁକି ଏ ବିଷୟରେ ଆଲୋଚନା କରୁନାହିଁ?

The post ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ ପର୍ଣ୍ଣ ଷ୍ଟାର୍ ମିଆ ଖଲିଫା appeared first on Odisha Reporter.



from Odisha Reporter https://ift.tt/3tuCChh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages