ମାହାଙ୍ଗା ଡବଲ ମର୍ଡର ଘଟଣା; ମୁଖ୍ୟ ଅଭିଯୁକ୍ତଙ୍କୁ ଚାପି ଦେଲା ଟ୍ରକ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

ମାହାଙ୍ଗା ଡବଲ ମର୍ଡର ଘଟଣା; ମୁଖ୍ୟ ଅଭିଯୁକ୍ତଙ୍କୁ ଚାପି ଦେଲା ଟ୍ରକ୍‌!

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ  ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରଠୁ ପ୍ରଫୁଲ୍ଲ ଫେରାର ଥିବା ବେଳେ ତାଙ୍କ ପତ୍ତା ପାଉ ନ  ଥିଲା ପୁଲିସ୍‌। ତେବେ ତାଙ୍କୁ ଟାଙ୍ଗୀ ଅଞ୍ଚଳରେ ଏକ ଟ୍ରକ୍ ଚାପି ଦେଇଥିବା ସୂଚନା ମିଳିଛି। କିନ୍ତୁ ପ୍ରଫୁଲ୍ଲଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର  କିମ୍ବା ପୁଲିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମୋବାଇଲ ଟ୍ରାକିଂରୁ ପ୍ରଫୁଲ୍ଲ ଟାଙ୍ଗୀ ଅଞ୍ଚଳରେ ଥିବା ସୂଚନା ପାଇଥିଲା ପୁଲିସ୍। ଏଥିପାଇଁ‌ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲା। କିନ୍ତୁ ତାଙ୍କ ଟେର ପାଇପାରି ନ ଥିଲା ପୁଲିସ୍‌। ହେଲେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୁଣ୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ତାକୁ ଚିହ୍ନଟ କରିବା ସମ୍ଭବପର ହୋଇପାରି ନ ଥିଲା। ପୁଲିସ୍ ମୃତଦେହକୁ ଜବତ କରି କଟକ ଏସ୍‌ସିବିରେ ରଖିଛି। ହେଲେ ଏହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ମୃତଦେହ ଚିହ୍ନଟ ନିମନ୍ତେ ପ୍ରଫୁଲ୍ଲଙ୍କ ପରିବାର ଲୋକଙ୍କୁ ଡକାଯାଇଛି। ସେମାନେ ପହଞ୍ଚିବା ପରେ ତାହା ପ୍ରଫୁଲ୍ଲଙ୍କ ମୃତଦେହ କି ନୁହେଁ ତାହା ସ୍ପଷ୍ଟ ହୋଇପାରିବ।

ସୂଚନାଯୋଗ୍ୟ, ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକ୍‌ରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଅଭିଯୁକ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା।

କୁଳମଣିଙ୍କ ପୁଅ ରମାକାନ୍ତ ୧୩ ଜଣଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି। ମାମଲାର ତଦନ୍ତ କରିବା ପାଇଁ କଟକ ସଦର ଏସ୍‌ପି ବି.ଯୁଗଳ କିଶୋର ୫ଟି ଟିମ୍‌ ଗଠନ କରିଥିଲେ। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି।

ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ କଟକରେ ଡିଜିପି ଅଫିସ୍ ଘେରାଉ କରାଯାଇଥିଲା। ମାହାଙ୍ଗା ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଥିବା ଯୋଗୁ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଥିବା ନେଇ ଦଳ ଅଭିଯୋଗ କରିଛି। ଏହି ହତ୍ୟାକାଣ୍ଡ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଅବଗତ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।

 

The post ମାହାଙ୍ଗା ଡବଲ ମର୍ଡର ଘଟଣା; ମୁଖ୍ୟ ଅଭିଯୁକ୍ତଙ୍କୁ ଚାପି ଦେଲା ଟ୍ରକ୍‌! appeared first on Odisha Reporter.



from Odisha Reporter https://ift.tt/3aEQWef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages