ହୃଦୟ ଜିଣିଲେ କୋହଲି, ସୋଶାଲ ମିଡିଆରେ ପ୍ରଶଂସାର ସୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

ହୃଦୟ ଜିଣିଲେ କୋହଲି, ସୋଶାଲ ମିଡିଆରେ ପ୍ରଶଂସାର ସୁଅ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଖେଳା ଯାଉଛି ପ୍ରଥମ ଟେଷ୍ଟ। ଗତକାଲି ଠାରୁ ଏହା ଆରମ୍ଭ ହୋଇଛି। ତେବେ ଗତକାଲି ପ୍ରଥମ ଦିନରେ ବିରାଟ କୋହଲି ସମସ୍ତଙ୍କ ହୃଦୟ ଜିତିଛନ୍ତି। ତାଙ୍କ ପାଖକୁ ସୋଶାଲ୍ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି।

ଗତକାଲି ମ୍ୟାଚ୍‌ର ଶେଷ ସେସନ୍‌ରେ ବ୍ୟାଟିଂ କରୁଥିବା ବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଡାହାଣ ଗୋଡ଼ରେ ସମସ୍ୟା ଦେଖାଯାଇଥିଲା। ୮୭ତମ ଓଭରରେ ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ବଲ୍‌ରେ ଛକା ମାରିବା ପରେ ତଳେ ପଡ଼ିଯାଇଥିଲା। ତାଙ୍କ ଡାହାଣ ଗୋଡ଼ର ମାଂସପେଶୀରେ ଯନ୍ତ୍ରଣା ହୋଇଥିଲା।

ଏହା ପରେ ସଙ୍ଗେ ସଙ୍ଗେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ତାଙ୍କ ପାଖରେ ପହଞ୍ଚିଥିଲେ। ସେ ରୁଟ୍‌ଙ୍କ ଗୋଡ଼କୁ ଟାଣି ଧରିଥିଲେ ଓ ଯନ୍ତ୍ରଣାରୁ ଉପଶମ ଦେବାକୁ ପ୍ରୟାସ କରିଥିଲେ। ଆଉ କୋହଲିଙ୍କ ଏହି ବ୍ୟବହାର ସମସ୍ତଙ୍କ ହୃଦୟ ଜିତିଛି ଓ ସୋଶାଲ୍ ମିଡିଆରେ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

ବିସିସିଆଇ ଅଧିନାୟକ ବିରାଟ କୋହଲିଙ୍କ ଏହି ଭିଡିଓକୁ ଟ୍ୱିଟ୍ କରିଛି। କୋହଲିଙ୍କୁ ପ୍ରଶଂସା କରି ବିସିସିଆଇ ଲେଖିଛି, ଏହା ହେଉଛି କ୍ରିକେଟ୍ ସ୍ପିରିଟ୍।

ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଗତକାଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୨୭ ଓଭରରେ ୬୩ ରନ୍ ବ୍ୟୟରେ ଭାରତୀୟ ଟିମ୍ ୨ଟି ୱିକେଟ୍ ନେଇଥିଲେ। କିନ୍ତୁ ତା’ପରେ ଭ୍ରମଣକାରୀ ଦଳ ବେଶ୍ ସତର୍କତାର ସହିତ ଖେଳି ସ୍କୋର ବଢ଼ାଇ ଚାଲିଥିଲେ। ୨୫.୪ ଓଭରରେ ଇଂଲଣ୍ଡର ଦ୍ୱିତୀୟ ୱିକେଟ୍ ଖସିଥିଲା। ଏହି ଓଭରରେ ଦଳ ଡାନ୍ ଲରେନ୍ସକୁ ହରାଇଥିଲା।

୧୦୦ତମ ଟେଷ୍ଟରେ ଶତକ ମାରିଥିଲେ ଜୋ ରୁଟ୍

ଏହା ପରେ ତୃତୀୟ ୱିକେଟ୍ ନେବାକୁ ଭାରତକୁ ୬୪ ଓଭର ଅପେକ୍ଷା କରିବାକୁ ପଡ଼ିଥିଲା। କାରଣ ଅଧିନାୟକ ଜୋ ରୁଟ୍ ଓ ଓପନିଂ କରିବାକୁ ଆସିଥିବା ଡୋମିନିକ୍ ସିବଲେ କ୍ରିଜ୍‌ରେ ପୂରା ଜମି ଯାଇଥିଲେ। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବିଭିନ୍ନ ଉପାୟରେ ୩ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଶହବାଜ ନଦୀମ ଓ ୱାଶିଂଟନ ସୁନ୍ଦରଙ୍କୁ ବୋଲିଂ କରିବାକୁ ଦେଇଥିଲେ ହେଁ ସେମାନେ ଏହି ଯୋଡ଼ିକୁ ଭାଙ୍ଗି ପାରି ନଥିଲେ।


ଅଧିନାୟକ ଜୋ ରୁଟ୍‌ଙ୍କର ଏହା ୧୦୦ତମ ଟେଷ୍ଟ୍ ମ୍ୟାଚ୍ ହୋଇଥିବା ବେଳେ ସେ ଏଥିରେ ଶତକ ହାସଲ କରିଥିଲେ। ସେ ୧୯୭ ବଲ୍‌ରୁ ୧୪ ଚୌକା ଓ ଗୋଟିଏ ଛକା ସହାୟତାରେ ୧୨୮ ରନ୍ କରି ଅପରାଜିତ ରହିଛନ୍ତି।

ଅନ୍ୟପକ୍ଷରେ ଡୋମିନିକ୍ ସିବଲେ ୨୮୬ ବଲ୍ ଖେଳି ୮୭ ରନ୍ କରିଥିଲେ। ସେ ୧୨ଟି ଚୌକା ମାରିଥିଲେ। ୮୯.୩ ଓଭରରେ ସେ ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଓପନର ରୋରୀ ବର୍ନସ ମାତ୍ର ୩୩ ରନ୍ କରି ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୨ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଛନ୍ତି। ଇଂଲଣ୍ଡ ପ୍ରଥମ ଦିନରେ ମାତ୍ର ୩ ୱିକେଟ୍ ହରାଇ ୨୬୩ ରନ୍ ସଂଗ୍ରହ କରିଛି। ତେଣୁ ଭାରତ ବର୍ତ୍ତମାନ ସୁଦ୍ଧା ବ୍ୟାକ୍ ଫୁଟ୍ ରହିଛି। ସୂଚନାଯୋଗ୍ୟ, ଏହି ଟେଷ୍ଟ୍ ସିରିଜ୍‌ରେ ମୋଟ ୪ଟି ମ୍ୟାଚ୍ ଖେଳାଯିବ।

The post ହୃଦୟ ଜିଣିଲେ କୋହଲି, ସୋଶାଲ ମିଡିଆରେ ପ୍ରଶଂସାର ସୁଅ appeared first on Odisha Reporter.



from Odisha Reporter https://ift.tt/3jnBBTf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages