ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁରଙ୍କ ଝିଆରୀ ତଥା ଜାହ୍ନବୀ କପୁରଙ୍କ ସମ୍ପର୍କୀୟ ଭଉଣୀ ଶନାୟା କପୁର ବଲିଉଡରେ ଡେବ୍ୟୁ କରିବା ପାଇଁ ଏବେ ଜୋରସୋରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେ ଏବେ ସୋଶାଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ ରହୁଛନ୍ତି। ନିଜର ଗ୍ଲାମରସ୍ ଫଟୋ ଏବଂ ଭିଡିଓକୁ ସେ ଫ୍ୟାନ୍ସମାନଙ୍କ ମଧ୍ୟରେ ଶେଆର ମଧ୍ୟ କରୁଛନ୍ତି। ନିକଟରେ ଶନାୟା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଡ୍ୟାନ୍ସ ଭିଡିଓ ଅପ୍ଲୋଡ କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଶନାୟାଙ୍କୁ ଜବରଦସ୍ତ ମୁଭ୍ ସହ ବେଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶେଆର କରି ସେ ଲେଖିଛନ୍ତି, ମୁଁ କିଛି ଭିନ୍ନ କରିବାକୁ ଚେଷ୍ଟା କରିଛି। ଭିଡିଓରେ ଶନାୟାଙ୍କ ଲୁକ୍ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସୁଛି। ଶନାୟାଙ୍କ ଏହି ଭିଡିଓରେ ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲେବ୍ରିଟି ଏବଂ ଷ୍ଟାର କିଡ୍ସମାନେ ମଧ୍ୟ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ ଯେ, ଶନାୟା କପୁର ଜାହ୍ନବୀ କପୁରଙ୍କ ଫିଲ୍ମ ‘ଗୁଞ୍ଜନ ସକ୍ସେନା’ରୁ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ରୂପେ ବଲିଉଡରେ ଡେବ୍ୟୁ କରିସାରିଛନ୍ତି। ଏବେ ଖୁବ୍ଶୀଘ୍ର ସେ ଅଭିନେତ୍ରୀ ରୂପେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ଯାଉଛନ୍ତି।
View this post on Instagram
The post ଭାଇରାଲ ହେଉଛି ଶନାୟା କପୁରଙ୍କ ଡ୍ୟାନ୍ସ appeared first on Odisha Reporter.
from Odisha Reporter https://ift.tt/39Tugbd
No comments:
Post a Comment