କାର ଦୁର୍ଘଟଣାରେ ଟାଇଗର ଉଡ୍‌ସ ଗୁରୁତର, ହସ୍ପିଟାଲରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

କାର ଦୁର୍ଘଟଣାରେ ଟାଇଗର ଉଡ୍‌ସ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନ୍ୟୁୟର୍କ: ବିଶ୍ୱ ତଥା ଆମେରିକାର ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍‌ସ ଭୟଙ୍କର କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟାଇଗରଙ୍କ ଦୁଇଟି ଯାକ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେଠାରେ ତାଙ୍କ ଗୋଡ଼ର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି।

ଲସ ଆଞ୍ଜେଲ୍ସରେ ଟାଇଗର ନିଜ କାର୍‌ରେ ଯାଉଥିବା ବେଳେ ହଠାତ୍‌ ଏହା ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଜଣେ ସୁରକ୍ଷାକର୍ମୀ କହିଛନ୍ତି, ଦୁର୍ଘଟଣା ସମୟରେ ଟାଇଗର କୌଣସି ନିଶା ସେବନ କରି ନଥିଲେ। କିନ୍ତୁ ତାଙ୍କ ଗାଡ଼ିର ସ୍ପିଡ ଅଧିକ ଥିବାରୁ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ କାର୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ତଥାପି ଟାଇଗରଙ୍କୁ ଏହା ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ କାର୍ ମଧ୍ୟରେ ହିଁ ଟାଇଗର ଫସି ରହିଥିଲେ। ହେଲେ ସେ ଚେତା ହରାଇ ନଥଲେ କିମ୍ବା ବିଚଳିତ ହୋଇ ନଥିଲେ। ଅଗ୍ନିଶମ ବାହିନୀ ଓ ପାରାମେଡିକାଲ ଷ୍ଟାଫ ତାଙ୍କୁ ତାଙ୍କୁ ଏହା ମଧ୍ୟରୁ ବାହାର କରି ତୁରନ୍ତ ହସ୍ପିଟାଲ ନେଇଥିଲେ। ତାଙ୍କ ଦୁଇଟି ଯାକ ଗୋଡ଼ରେ ଗୁରୁତର ‌ଆଘାତ ଲାଗିଛି। ଏହି କାରଣରୁ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଟାଇଗର ଉଡସ ହେଉଛନ୍ତି ବିଶ୍ୱର ସବୁଠାରୁ ସଫଳତମ ଗଲ୍ଫ ଖେଳାଳି। ସେ ୧୫ଟି ଗଲ୍ଫ ଚାମ୍ପିୟନଶିପ୍‌ ଜିତିଛନ୍ତି। ନିକଟରେ ସେ ୫ମଥର ପାଇଁ ତାଙ୍କ ପିଠିରେ ଅସ୍ତ୍ରୋପଚରା କରିଥିଲେ। ଏହି କାରଣରୁ ସେ ଗଲ୍ଫ ଆଉ ଖେଳିପାରିବେ କି ନାହିଁ ସନ୍ଦେହରେ ଥିଲେ। ଏବେ କାର୍‌ ଦୁର୍ଘଟଣାରେ ତାଙ୍କ ଦୁଇଟି ଯାକ ଗୋଡ଼ର ଅସ୍ତ୍ରୋପଚାର କରାଯାଇଥିବାରୁ ତାଙ୍କ କ୍ୟାରିୟରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post କାର ଦୁର୍ଘଟଣାରେ ଟାଇଗର ଉଡ୍‌ସ ଗୁରୁତର, ହସ୍ପିଟାଲରେ ଭର୍ତ୍ତି appeared first on Odisha Reporter.



from Odisha Reporter https://ift.tt/2NRTuhq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages