ଡିନାମାଇଟ ଲଗାଇ ଉଡାଇଦେଲେ ଟ୍ରମ୍ପଙ୍କ ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ଡିନାମାଇଟ ଲଗାଇ ଉଡାଇଦେଲେ ଟ୍ରମ୍ପଙ୍କ ଘର

ୱାଶିଂଟନ: ମାଟିରେ ମିଶିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘର। ଡିନାଇମାଟ ଲଗାଇ ଉଡାଇଦେଲେ ଟ୍ରମ୍ପଙ୍କ ପ୍ଲାଜା। ଆମେରିକାର ଆଟଲାଣ୍ଟିକ ସହରରେ ଥିବା ତାଙ୍କ ୩୪ ମହଲା ବିଶିଷ୍ଟ ଏକ କୋଠାକୁ ୩ ହଜାର ଡିନାମାଇଟ ଲଗାଇ ଧ୍ୱଂସ କରିଦିଆଯାଇଛି। ଏହି ବିଲ୍ଡିଂ ଧ୍ୱଂସର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟ୍ରମ୍ପଙ୍କ ଏହି ୩୪ ମହଲା ବିଶିଷ୍ଟ କୋଠାଟି କ୍ୟାସିନୋ(ଜୁଆ ଖେଳ) ପାଇଁ ବେଶ ଜଣାଶୁଣା ଥିଲା। ଏହାକୁ ୧୯୮୪ରେ ଖୋଲା ଯାଇଥିଲା କିନ୍ତୁ ପରେ ୨୦୧୪ ପରେ ବନ୍ଦ କରିଦିଆଯାଇଥିଲା । ତେବେ ଅନେକ ସମୟରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟ ତଥା ଝଡ ବାତ୍ୟା ଯୋଗୁଁ ଏହି କୋଠାଟି ଜର୍ଜରିତ ଅବସ୍ଥାରେ ଥିଲା। ଏହାର ଅନେକ ଅଂଶ କ୍ଷତିଗ୍ରସ୍ତ ହୋଇଯାଇଥିଲା । କୋଠାର ଏଭଳି ଅବସ୍ଥାକୁ ଦେଖି ସେଠାକର ପ୍ରଶାସନ ଗତବର୍ଷ ଜୁନରେ ଏହାକୁ ଧ୍ୱଂସ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଏହି କୋଠାକୁ ଧ୍ୱଂସ କରିବା ବେଳେ ଶତାଧିକ ଲୋକ ସେଠାରେ ଉପସ୍ଥିତ ଥିଲେ । ଏପରିକି ଏହାର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରାଯାଇଥିଲା ।

କୋଠାକୁ ଧ୍ୱଂସ କରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ୩୪ ମହଲାର ଏହି କୋଠାକୁ ଧ୍ୱଂସ କରିବା ପାଇଁ ମାତ୍ର ୨୦ ସେକେଣ୍ଡ ଲାଗିଥିଲା । ବୁଧବାର ସକାଳ ୯ଟାରେ ବିଲ୍ଡିଂ ପାଖରେ ଲାଗିଥିବା ଅନେକ ବିସ୍ଫୋରକ ଜରିଆରେ ଏହାକୁ ଉଡାଇ ଦିଆଯାଇଥିଲା । ଆଟଲାଣ୍ଟିକ୍ ସହରର ମେୟରଙ୍କ କହିବାନୁସାରେ, କୋଠା ଭାଙ୍ଗିବା ପରେ ଉକ୍ତ ସ୍ଥାନରେ ୮ ମହାଲା ଉଚ୍ଚତାର ଭଗ୍ନାବଶେଷ ଜମି ରହିଥିଲା । ଏହାକୁ ହଟାଇବା ପାଇଁ ଏବେ ସମୟ ଲାଗିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ଏହି ପ୍ଲାଜା ଏକ ପ୍ରସିଦ୍ଧ ଫିଲ୍ମର ଅଂଶ ବିଶେଷ ରହିସାରିଛି । ହଲିଉଡ ଫିଲ୍ମ ‘ଔସନ୍ -୧୧’ରେ ଟ୍ରମ୍ପଙ୍କ ଏହି କୋଠାଟି ନଜର ଆସିଛି । ଏହି ଫିଲ୍ମରେ ବ୍ରାଡ୍ ପିଟ୍, ଜର୍ଜ୍ କ୍ଲୁନି, ଜୁଲିଆ ରୋବର୍ଟସ୍ ଆଦି ଅଭିନୟ କରିଥିଲେ । କେବଳ ସେତିକି ନୁହେଁ ଟ୍ରମ୍ପଙ୍କ ଏହି ପ୍ଲାଜାକୁ ପପ୍‌ ସୁପରଷ୍ଟାର ମଡୋନାଙ୍କ ଠାରୁ ଆରମ୍ଭ କରି ରେସଲର ହଲ୍କ ହଗନ୍‌, ମ୍ୟୁଜିକ ଲିଜେଣ୍ଡ କିଥ ରିଚର୍ଡସ ଏବଂ ସୁପରଷ୍ଟାର ହଲିଉଡ ଅଭିନେତା ଜ୍ୟାକ୍‌ ନିକଲସନ ମଧ୍ୟ ଯାଇସାରିଛନ୍ତି।

The post ଡିନାମାଇଟ ଲଗାଇ ଉଡାଇଦେଲେ ଟ୍ରମ୍ପଙ୍କ ଘର appeared first on Odisha Reporter.



from Odisha Reporter https://ift.tt/2M3czN1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages