କଙ୍କଡ଼ା ଗୋଡ଼ ମସଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

କଙ୍କଡ଼ା ଗୋଡ଼ ମସଲା

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ନଡ଼ିଆ କୋରା, ପିଆଜ, ଅଦା, ରସୁଣ, ପୋସ୍ତ, ଜୀରା, ଲବଙ୍ଗ, ଡାଲଗିନି, ଗୁଜୁରାତି, ଗୋଲମରିଚ, ଧନିଆ ଓ ତେଜପତ୍ର, ଲୁଣ, ହଳଦୀ ଗୁଣ୍ଡ ଓ ଲେମ୍ବୁ ରସ, ତେଲ, ଧନିଆଁପତ୍ର, କଞ୍ଚାଲଙ୍କା ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ସଫା କରି ତାର ଛୋଟ ଗୋଡ଼କୁ କାଟି ଛାଣି ରଖନ୍ତୁ। କଙ୍କଡ଼ାରେ ଲୁଣ, ହଳଦୀ ଗୁଣ୍ଡ ଓ ଲେମ୍ବୁ ରସ ପକାଇ ମ୍ୟାରିନେଟ୍‌ କରି ରଖନ୍ତୁ। ନଡ଼ିଆ କୋରା, ପିଆଜ, ପୋସ୍ତ, ଜୀରା, ଲବଙ୍ଗ, ଡାଲଗିନି, ଗୁଜୁରାତି, ଗୋଲମରିଚ, ଧନିଆ ଓ ତେଜପତ୍ରକୁ ଭାଜି ବାଟି ରଖନ୍ତୁ।

କରେଇରେ ତେଲ ଗରମ କରି ଗୋଟା ମସଲା ଓ ପିଆଜ କଟା ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆପତ୍ର, ଟମାଟୋ, କଞ୍ଚାଲଙ୍କା, ଅଦାରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ।

ମସଲା ଅଳ୍ପ କଷି ହେବା ପରେ ପ୍ରସ୍ତୁତ ଥିବା ଗୋଟା ମସଲାବଟା ଓ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ମ୍ୟାରିନେଟ୍‌ କଙ୍କଡ଼ାକୁ ପକାଇ ଗୋଳାଇ ଘୋଷଣୀ ଘୋଡ଼ାଇ ଦିଅନ୍ତୁ।

କିଛି ସମୟ ପରେ ଘୋଡ଼ଣୀ ବାହାର କରି ପ୍ରସ୍ତୁତ କଙ୍କଡ଼ା ଗୋଡ଼କୁ ପକାଇ ଗୋଳାନ୍ତୁ ଓ ଅଳ୍ପ ପାଣି ଦେଇ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ। ୨ରୁ ୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ଧନିଆଁପତ୍ର ଓ କଞ୍ଚାଲଙ୍କା ପକାଇ ଚୁଲିରୁ ଓହ୍ଲାନ୍ତୁ।

The post କଙ୍କଡ଼ା ଗୋଡ଼ ମସଲା appeared first on Odisha Reporter.



from Odisha Reporter https://ift.tt/2Zs24WO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages