କରୋନା ଲଢ଼େଇ ପାଇଁ ଭାରତକୁ ଜାତିସଂଘର ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

କରୋନା ଲଢ଼େଇ ପାଇଁ ଭାରତକୁ ଜାତିସଂଘର ପ୍ରଶଂସା

ଜେନେଭା: କରୋନା ଲଢ଼େଇ ପାଇଁ ଭାରତକୁ ପ୍ରଶଂସା କରିଛନ୍ତି ଜାତିସଂଘର ପ୍ରମୁଖ ଆଣ୍ଟୋନିଓ ଗୁଟେରସ। ଭାରତ ବିଭିନ୍ନ ଦେଶକୁ କରୋନା ଟିକା ନେଇ ଯେଉଁଭଳି ଭାବରେ ପ୍ରଶଂସା କରୁଛି ତାହା ପ୍ରଶଂସାଯୋଗ୍ୟ ବୋଲି ଗୁଟେରସ କହିଛନ୍ତି। ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି. ଏସ୍. ତିରୁମୂର୍ତ୍ତି ଶନିବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଜାତିସଂଘର ପ୍ରମୁଖ ଗୁଟେରସ ଏ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଚିଠି ଲେଖି ବ୍ୟକ୍ତିଗତ ଭାବରେ ପ୍ରଶଂସା କରିଛନ୍ତି। କରୋନା ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହାରି ଭିତରେ ଜୀବନ ରକ୍ଷକ ଭାବରେ ଉଭା ହୋଇଥିବା ଟିକାକୁ ଭାରତ ନିଜ ଦେଶ ପାଇଁ ତିଆରି କରିବା ସହିତ ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ କରୁଛି। ଏଯାବତ ଭାରତ ବିଦେଶକୁ ୨ ଲକ୍ଷ ଟିକା ଯୋଗାଇ ସାରିଲାଣି। ଯାହାକୁ ଜାତିସଂଘର ଶାନ୍ତିରକ୍ଷା କମିଟି ପ୍ରଶଂସା କରିଛି ବୋଲି ଜୟଶଙ୍କରଙ୍କୁ ଗୁଟେରସ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି।

ତ୍ରମୂର୍ତ୍ତି ତାଙ୍କ ଟ୍ୱିଟରେ ଗୁଟେରସଙ୍କ ଚିଠିକୁ ବ୍ୟାଖ୍ୟା କରିବାକୁ ଯାଇ ଆହୁରି ଲେଖିଛନ୍ତି କରୋନା ମୁକାବିଲା ପାଇଁ ଭାରତ ବିଶ୍ୱରେ ଯେଉଁଭଳି ଭାବରେ ନେତୃତ୍ୱ ନେଉଛି ତାହା ବାସ୍ତବିକ ଭାବରେ ପ୍ରଶଂସାଯୋଗ୍ୟ। ଏଯାବତ ୧୫୦ରୁ ଅଧିକ ଦେଶକୁ ଭାରତ ଆବଶ୍ୟକ ଔଷଧ, କରୋନା କିଟ୍, ଭେଣ୍ଟିଲେଟର, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆଦି ଯୋଗାଇଛି ବୋଲି ଗୁଟେରସ ତାଙ୍କ ଚିଠିରେ ଲେଖିଥିବା ସୂଚନା ରହିଛି।

ଜାତିସଂଘର ଶାନ୍ତି ସ୍ଥାପନା ଅନୁସାରେ ବିଶ୍ୱରେ ଏଯାବତ ୧୨ଟି ଅଭିଯାନରେ ୯୪,୪୮୪ କର୍ମୀ ନିୟୋଜିତ ଅଛନ୍ତି। ମୋଟ୍ ୧୨୧ଟି ଦେଶର କର୍ମୀ ନିୟୋଜିତ ଅଛନ୍ତି। ଯେଉଁଥିରେ ଅଧିକ ସବୁଠୁ ଅଧିକ ‘ଯୋଦ୍ଧା’ ଭାରତରେ ନିୟୋଜିତ ଅଛନ୍ତି।

ସୂଚନାଯୋଗ୍ୟ, ଶନିବାର ମଧ୍ୟ ନୀତି ଆୟୋଗ ବୈଠକକୁ ଉଦବୋଧନ ଦେବା ବେଳେ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, କରୋନା ଲଢ଼େଇ ବେଳେ ସାରା ଦେଶ ଏକ ହୋଇ ମୁକାବିଲା କରିଛି। ଯେଉଁଥିପାଇଁ ସାରା ବିଶ୍ୱରେ ଭାରତକୁ ପ୍ରଶଂସା ମିଳୁଛି। ସମସ୍ତ ରାଜ୍ୟ କେନ୍ଦ୍ର ସରକାର ସହିତ ମିଶି ଯେଉଁଭଳି ଭାବରେ କରୋନା ମୁକାବିଲା କରିଛନ୍ତି ତାହା ବାସ୍ତବିକ ଭାବରେ ପ୍ରଶଂସାଯୋଗ୍ୟ। ଏଥିପାଇଁ ମୋଦି ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ।

The post କରୋନା ଲଢ଼େଇ ପାଇଁ ଭାରତକୁ ଜାତିସଂଘର ପ୍ରଶଂସା appeared first on Odisha Reporter.



from Odisha Reporter https://ift.tt/2NM7QA1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages