କାଲିଫର୍ଣ୍ଣିଆ: ସାଧାରଣତଃ ଘରଟିଏ ତିଆରି ହେବା ସେହି ସ୍ଥାନରେ ବର୍ଷ ବର୍ଷ ଧରି ରୁହେ। ତାକୁ ନିଜ ସ୍ଥାନରୁ ଘୁଞ୍ଚାଇବା ଅସମ୍ଭବ। କିନ୍ତୁ ଏହି ଅସମ୍ଭବ କାମ ଏବେ ସମ୍ଭବ ହୋଇଛି। ନିଜ ସ୍ଥାନରୁ ଘୁଞ୍ଚି ରାସ୍ତାରେ ଚାଲି ଚାଲି ଯାଇ ଅନ୍ୟ ସ୍ଥାନରେ ପହଞ୍ଚିଛି ଏକ ବିଶାଳ ଘର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ରାସ୍ତାରେ ଚାଲିଲା ୧୩୯ ବର୍ଷର ପୁରୁଣା ପ୍ୟାଲେସ। କେବଳ ସେତିକି ନୁହେଁ ଘରକୁ ରାସ୍ତାରେ ଗଡାଇ ଅନ୍ୟତ୍ର ନିଆଯାଇ ସେଠାରେ ପୁନଃସ୍ଥାପନ ମଧ୍ୟ କରାଗଲା। ସାନ ଫ୍ରାନ୍ସିସକୋରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଗତ ରବିବାର ଦିନ ସାନ ଫ୍ରାନ୍ସିସକୋର ସଡକରେ ଏହି ଦୁଇ ମହଲା କୋଠାଟି ଗଡି ଗଡି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ଦେଖିବା ପରେ ଲୋକେ ଚକିତ ହୋଇଯାଇଛନ୍ତି। ଏହି ପୁରା ଘଟଣାର ଭିହିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରକୃତରେ ଏହି ଭିକ୍ଟୋରିଆନ୍ ହାଉସ୍କୁ ହାଇଡ୍ରୋଲିକ୍ସ ଏବଂ ଟ୍ରକ୍ ସାହାଯ୍ୟରେ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ୫,୧୭୦ ବର୍ଗଫୁଟ ବିଶିଷ୍ଟ ଘରଟିକୁ ତା’ର ମୂଳ ଠିକଣା ୮୦୭ ଫ୍ରାଙ୍କଲିନ୍ ସେଣ୍ଟରୁ ଉଠାଇ ୬୩୫ ଫୁଲଟନ୍ ସେଣ୍ଟକୁ ସ୍ଥାନାନ୍ତରିତ କରାଯାଇଛି।
କିନ୍ତୁ ପ୍ୟାଲେସକୁ ନିଜ ମୂଳ ସ୍ଥାନରୁ ସ୍ଥାନାନ୍ତର କରିବା ସବୁଠାରୁ ବଡ ଚ୍ୟାଲେଞ୍ଜିଂ ପୂର୍ଣ୍ଣ କାମ ଥିଲା, ଯାହାକୁ ଇଞ୍ଜିନିୟରମାନେ ସୁନ୍ଦର ଭାବରେ କରି ଦେଖାଇଥିଲେ। ଘରଟିକୁ ନୂଆ ସ୍ଥାନକୁ ସ୍ଥାନାନ୍ତର କରିବାବେଳେ ସେମାନଙ୍କୁ ଗଛ, ସିଗନାଲ ଏବଂ ପାର୍କିଂ ପ୍ଲେସ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥିଲା।
ଯେତେବେଳେ ଏହି ଐତିହାସିକ କୋଠାଟି ସହରର ରାସ୍ତା ଦେଇ ଯାଉଥିଲା, ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଭିଡ ଜମାଇଥିଲେ। ରାସ୍ତାରେ କୌଣସି ଏକ ପ୍ୟାରେଡ ଗଲା ଭଳି ମନେ ହେଉଥିଲା, ଯାହାକୁ ଦେଖିବା ପାଇଁ ଉଭୟ ପାର୍ଶ୍ୱରେ ଶହ ଶହ ଲୋକ ଠିଆ ହୋଇଥିଲେ।
ରାସ୍ତାରେ ପ୍ୟାଲେସ ଯାଉଥିବାର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏହାକୁ ବତ୍ତୟମାନ ଯାଏଁ ଏକ ମିଲିଅନରୁ ମଧ୍ୟ ଅଧିକ ଲୋକ ଦେଖିସାରିଲେଣି। ଅନେକ ଲୋକେ ଏହି ଭିଡିଓକୁ ଦେଖି ଇଂଜିନିଅରମାନଙ୍କ କାମକୁ ପ୍ରଶଂସା ମଧ୍ୟ କରିଛନ୍ତି।
The move started just after 7 a.m. with a few hiccups along the way; a banner had to be cut from a city utility pole and long, pesky tree limbs were snipped along the route. pic.twitter.com/mFpfeobCjg
— KCBS 106.9 FM/740 AM (@KCBSRadio) February 21, 2021
The post ରାସ୍ତାରେ ଗଡିଲା ୧୩୯ ବର୍ଷର ପୁରୁଣା ପ୍ୟାଲେସ appeared first on Odisha Reporter.
from Odisha Reporter https://ift.tt/3uu3ZZh
No comments:
Post a Comment