ଲଭର ବୟ ଲୁକ୍‌ରେ ପ୍ରଭାସ, କହିଲେ-ମୁଁ ରୋମିଓ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ଲଭର ବୟ ଲୁକ୍‌ରେ ପ୍ରଭାସ, କହିଲେ-ମୁଁ ରୋମିଓ ନୁହେଁ

ମୁମ୍ବାଇ: ଭାଲେଣ୍ଟାଇନ ଡେ’ରେ ପ୍ରଶଂସକଙ୍କୁ ଭେଟି ଦେଲେ ସାଉଥ ସୁପରଷ୍ଟାର ପ୍ରଭାସ। ଆକ୍ସନ ଷ୍ଟାରରୁ ଲଭର ବୟ ଲୁକ୍‌ରେ ଆସିଲେ ନଜର। କହିଲେ ମୁଁ ରୋମିଓ ନୁହେଁ। କିଛି ଏଭଳି ହିଁ ଡାଏଲଗ ଶୁଣିବାକୁ ମିଳିଛି ରିଲିଜ ହୋଇଥିବା ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ୍‌’ର ଟିଜରରେ । ପୂର୍ବ ସୂଚନା ଅନୁଯାୟୀ ଭାଲେଣ୍ଟାଇନ୍‌ ଡେ’ ଏହାକୁ ରିଲିଜ କରାଯାଇଛି।

ରିଲିଜ ହୋଇଥିବା ଏହି ୫୨ ସେକେଣ୍ଡର ଭିଡିଓରେ ପ୍ରଭାସ ଫିଲ୍ମର ଫିମେଲ୍‌ ଲିଡରେ ଥିବା ପୂଜା ହେଗଡେଙ୍କୁ ସମସ୍ତଙ୍କ ସାମ୍ନାରେ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳିଛି। ”ଏଥିସହ ପୂଜା, ପ୍ରଭାସଙ୍କୁ ତୁମେ ରୋମିଓ କି ବୋଲି ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତରରେ ପ୍ରଭାସ କହୁଛନ୍ତି ନାଁ ମୁଁ ରୋମିଓ ନୁହେଁ, ସେ ତ ପ୍ରେମ ପାଇଁ ମରି ଥିଲେ କିନ୍ତୁ ମୁଁ ନୁହେଁ।” ଉଭୟଙ୍କ ଏଭଳି କିଛି ଦମାଦାମ ଡାଏଲଗ ରିଲିଜ ହୋଇଥିବା ଟିଜରରେ ଦେଖିବାକୁ ମିଳିଛି।

ଟିଜରଟି ରିଲିଜ ହେବା ପରେ ଏବେ ଟୁଇଟରରେ #RadheShyamGlimpse  ନାଁରେ ଟ୍ରେଣ୍ଡ କରୁଛି | ଏହି ଟିଜରକୁ ପ୍ରଭାସ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ସେ କହିଛନ୍ତି, ”ଏହି ଦିନଟକୁ (ଭାଲେଣ୍ଟାଇନ ଡେ’) ରାଧେଶ୍ୟାମ’ର ଝଲକ ସହ ସେଲିବ୍ରେଟ କରନ୍ତୁ।

କିଛି ଦିନ ପୂର୍ବରୁ ‘ରାଧେ ଶ୍ୟାମ’ର ନିର୍ମାତା ଫିଲ୍ମର ପ୍ରି-ଟିଜର ରିଲିଜ କରିଥିଲେ। ଏଥିରେ ଲଭର ବୟ ପ୍ରଭାସଙ୍କ ଝଲକ୍‌ ଦେଖିବାକୁ ମିଳିଥିଲା।

ରାଧା କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ରାଧେଶ୍ୟାମ୍’କୁ ବହୁଭାଷାରେ ରିଲିଜ କରାଯିବ। ଏହାର ଲିଡ୍‌ ରୋଲରେ ପ୍ରଭାସ ଥିବା ବେଳେ ତାଙ୍କ ଅପୋଜିଟରେ ପୂଜା ହେଗଡେ ନଜର ଆସିବେ। ଏଥିରେ ପ୍ରଭାସଙ୍କୁ ଜଣେ ଜ୍ୟୋତିଷ ଭୂମିକାରେ ଦେଖିବାକୁ ମିଳିବ ଏବଂ ପୂଜାଙ୍କୁ ଜଣେ ମ୍ୟୁଜିକ ଟିଚର ଭୂମିକାରେ ଦେଖିବାକୁ ମିଳିବ। ଆସନ୍ତା ଜୁଲାଇ ୩୦ରେ ଫିଲ୍ମଟି ପରଦାକୁ ଆସିବ।

The post ଲଭର ବୟ ଲୁକ୍‌ରେ ପ୍ରଭାସ, କହିଲେ-ମୁଁ ରୋମିଓ ନୁହେଁ appeared first on Odisha Reporter.



from Odisha Reporter https://ift.tt/3tUGFn3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages