ଫାରୁକ୍‌ ଓ ଉମର ନଜରବନ୍ଦ, ମେହବୁବାଙ୍କ ଉପରେ ଲାଗିଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ଫାରୁକ୍‌ ଓ ଉମର ନଜରବନ୍ଦ, ମେହବୁବାଙ୍କ ଉପରେ ଲାଗିଲା କଟକଣା

ଶ୍ରୀନଗର: ଜାମ୍ମୁ କାଶ୍ମରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସର ନେତା ଉମର ଅବଦୁଲ୍ଲା ଏବଂ ତାଙ୍କ ବାପା ଫାରୁକ୍‌ ଅବୁଦୁଲ୍ଲାଙ୍କୁ ନଜରବନ୍ଦୀ କରାଯାଇଛି । କେବଳ ସେତିକି ନୁହେଁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନଜରବନ୍ଦୀ କରାଯାଇଥିବା ନେଇ ଉମର ଟୁଇଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଅଗଷ୍ଟ ୨୦୧୯ ପରେ ଏ ହେଉଛି ନୂଆ ଜମ୍ମୁ କଶ୍ମୀର। ବିନା କାରଣରେ ତାଙ୍କୁ ଗୃହବନ୍ଦୀ କରାଯାଇଛି। ଏହାଠାରୁ ଆଉ ଖରାପ କ’ଣ ବା ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୯ ଅଗଷ୍ଟ ୫ରେ ଯେପରି କୌଣସି ପୂର୍ବ ସୂଚନା ନଦେଇ ଯେପରି ସେମାନଙ୍କୁ ଘରେ ବନ୍ଦୀ କରାଯାଇଥିଲା, ଏବେ ପୁଣି ସେପରି କରାଯାଇଛି। ତାଙ୍କ ଭଉଣୀ ଏବଂ ପିଲାମାନଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିବା ସେ ଦାବି କରିଛନ୍ତି। ଏଥିସହ ତାଙ୍କ ଘରେ କାମ କରୁଥିବା ଲୋକଙ୍କୁ ମଧ୍ୟ ଭିତରକୁ ଛଡାଯାଇନଥିବା ସେ ଅଭିଯୋଗ କରିଛନ୍ତି।

ଉମରଙ୍କ ଘର ଆଗରେ ଏକ ମୋବାଇଲ ପୁଲିସ ଭ୍ୟାନ ଛିଡା କରାଯାଇଛି। ରବିବାର ଉମର ଗୁଲମର୍ଗ ଯିବାର ଥିଲା କିନ୍ତୁ ତାଙ୍କୁ ଯିବାକୁ ଅନୁମତି ଦିଆଯାଇ ନାହିଁ।

ସେପଟେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫତୀଙ୍କ ଉପରେ ମଧ୍ୟ କଟକଣା ଜାରି ହୋଇଛି। ତାଙ୍କୁ ପୁଲୱାମା ଯିବାକୁ ଅନୁମତି ଦିଆଯାଇ ନାହିଁ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବେ ସମୟରେ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତୀଙ୍କୁ ଗୃହବନ୍ଦୀ କରାଯାଇଥିଲା।

The post ଫାରୁକ୍‌ ଓ ଉମର ନଜରବନ୍ଦ, ମେହବୁବାଙ୍କ ଉପରେ ଲାଗିଲା କଟକଣା appeared first on Odisha Reporter.



from Odisha Reporter https://ift.tt/3qjuDBD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages