ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପ୍ରେମିକା ସହିତ ଚାଲୁଥିଲା ଚୋରା ପୀରତି। ଆଉ ପ୍ରେମିକାକୁ ପାଇବାକୁ ରାସ୍ତାରେ କଣ୍ଟା ସାଜିଥିଲା ସ୍ତ୍ରୀ। ତେଣୁ ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ପୂରା ପ୍ରି ପ୍ଲାନ୍ କଲା ସ୍ୱାମୀ। ଏପରିକି ୪ ସୁପାରୀ କିଲର୍ଙ୍କ ସହ ମିଶି ସ୍ତ୍ରୀକୁ ହତ୍ୟା ମଧ୍ୟ କଲା। ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଘରେ ଟାଙ୍ଗି ଦେଲା। ଏହି ଘଟଣାରେ ପୂର୍ବରୁ ପୁଲିସ୍ ପ୍ରେମିକ ପ୍ରବୀର ସ୍ୱାମୀଙ୍କୁ ଗିରଫ କରି ସାରିଥିବା ବେଳେ ଏବେ ଧରା ପଡ଼ିଛନ୍ତି ୪ ସୁପାରୀ କିଲର।
ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ସୁଆର ସାହିର ଅଖି ମହାପାତ୍ର ୪ ବର୍ଷ ପୂର୍ବେ ସସ୍ମିତା ମହାପାତ୍ରଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପର୍ଯ୍ୟନ୍ତ ହସଖୁସିରେ ଦାମ୍ପତ୍ୟ ଜୀବନ କଟି ଯାଇଥିବା ବେଳେ ତା’ ପରେ ଦେଖାଦେଲା ଝଡ଼। ଅଖି ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ଯୋଗୁ ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା।
ଏହାପରେ ଗତ ୨୯ ତାରିଖରେ କେହି ନ ଥିବା ବେଳେ ଘରେ ସସ୍ମିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତେବେ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ସସ୍ମିତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଜଣା ପଡିଥିଲା । ଏହାପରେ ପୁଲିସ୍ ତାଙ୍କ ସ୍ୱାମୀଙ୍କୁ ଗିରଫ କରି ପଚରାପଚରି କରିବାରୁ ସେ ସବୁ ସତ ଓଗାଳିଥିଲେ। ଏହାପରେ ପୁଲିସ୍ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ସୁପାରି କିଲରଙ୍କୁ ଆଜି ପୁଲିସ୍ ଅଟକ ରଖିଛି ।
The post ଖୋଲିଲା ରହସ୍ୟ; ସୁପାରୀ ଦେଇ ସ୍ତ୍ରୀକୁ ରାସ୍ତାରୁ ହଟାଇଥିଲା ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/3piXrca
No comments:
Post a Comment