ବେଙ୍ଗାଳୁରୁ: ବର୍ଷିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ। ଅଯୋଧ୍ୟାରେ ରାମ ମନ୍ଦିର ତିଆରି ପାଇଁ ଚାନ୍ଦା ଆଦାୟ କରାଯାଉଥିବା ପ୍ରସଙ୍ଗକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ କଡା ଭାଷାରେ ସମାଲୋଚନା ମଧ୍ୟ କରିଛନ୍ତି। ଏଥିସହ ଆର୍ଏସଏସକୁ ନାଜିଙ୍କ ସହ ତୁଳନା କରିଛନ୍ତି।
କର୍ଣ୍ଣାଟକରେ ଯେଉଁମାନେ ଚାନ୍ଦା ଦେଉନାହାଁନ୍ତି ସେମାନଙ୍କ ନାଁ କିଛି ବ୍ୟକ୍ତି ଖାତାରେ ନୋଟ୍ କରୁଥିବା ଦେଖିବାକୁ ମିଳିଛି । କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ରାମ ମନ୍ଦିର ନିଧି ସମର୍ପଣ ଅଭିଯାନର କାର୍ଯ୍ୟକର୍ତ୍ତା କର୍ଣ୍ଣାଟକରେ ରାମ ମନ୍ଦିର ନାଁରେ ଚାନ୍ଦା ଏକାଠି କରୁଛନ୍ତି । ଯେଉଁମାନେ ଟଙ୍କା ଦେଉ ନାହାଁନ୍ତି ସେମାନଙ୍କ ନାଁ ନୋଟ୍ କରୁଛନ୍ତି । ଏପରି କରି ଭବିଷ୍ୟତରେ ସେମାନେ କ’ଣ କରିବେ ତାହା ବୁଝା ପଡୁନାହିଁ। ଜର୍ମାନୀରେ ପୂର୍ବରୁ ନାଜିମାନେ ଯାହା କରୁଥିଲେ ଏବେ ଆରଏସଏସ ଏଠାରେ ତାହା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଟ୍ରଷ୍ଟ୍ ମାଧ୍ୟମରେ ସାରା ଦେଶରୁ ଚାନ୍ଦା ସଂଗ୍ରହ କରାଯାଉଛି । ଅନେକ ଥର ଏହାକୁ ନେଇ ବିବାଦ ହେଉଛି । ପୂର୍ବରୁ ମଧ୍ୟ କଂଗ୍ରେସ ସମେତ ଅନେକ ଦଳର ନେତା ଚାନ୍ଦା ସଂଗ୍ରହକୁ ନେଇ ପ୍ରଶ୍ନ କରିଛନ୍ତି ।
The post ଆର୍ଏସଏସ୍କୁ ନାଜିଙ୍କ ସହ ତୁଳନା କଲେ କୁମାରସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/3poBYyk
No comments:
Post a Comment