ଆସନ୍ତାକାଲି ଭାରତ ବନ୍ଦ: ଗଡ଼ିବନି ଗାଡ଼ି, ଖୋଲିବନି ଦୋକାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ଆସନ୍ତାକାଲି ଭାରତ ବନ୍ଦ: ଗଡ଼ିବନି ଗାଡ଼ି, ଖୋଲିବନି ଦୋକାନ

ନୂଆଦିଲ୍ଲୀ/ଭୁବନେଶ୍ବର: ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍‌ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି। Confederation of All India Tradersର ଏହି ବନ୍ଦ ଡାକରାକୁ ଦେଶରେ ଥିବା ୪୦ ହଜାର ଟ୍ରେଡ୍‌ ଆସୋସିଏସନ ସମର୍ଥନ ଘୋଷଣା କରିଛନ୍ତି।

ଏହାବାଦ ସର୍ବଭାରତୀୟ ପରିବହନ କଲ୍ୟାଣ ଆସୋସିଏସନ ମଧ୍ୟ ବନ୍ଦରେ ସାମିଲ ହେବ। ସେମାନେ ସମଗ୍ର ଦେଶରେ ଚକା ଜାମ କରିବେ। ଏହାର ଅର୍ଥ ଆସନ୍ତାକାଲି ଗାଡ଼ି ମୋଟର ମଧ୍ୟ ଚାଲିବ ନାହିଁ। ସେହିପରି ଦୋକାନ ବଜାର ମଧ୍ୟ ଖୋଲିବ ନାହିଁ। ଉଭୟ ସଂଗଠନ ଇ-ୱେ ବିଲ୍‌କୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି। ସେହିପରି ଦେଶରେ ତୈଳ ଦର ଉପରେ ଲାଗୁଥିବା ଟିକସ୍‌କୁ ହଟାଯାଉ ବୋଲି ପ୍ରସ୍ତାବ ରଖିଛନ୍ତି। ଜିଏସଟିରେ ଥିବା ବିଭିନ୍ନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଟ୍ରେଡ ୟୁନିୟନ ଆସନ୍ତାକାଲି ସମଗ୍ର ଦେଶରେ ବନ୍ଦ ପାଳନ କରିବ ବୋଲି କହିଛି।

ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛି। ଏଥିପାଇଁ ଆସନ୍ତାକାଲି ରାଜ୍ୟରେ ଥିବା ୨୦ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଆସନ୍ତାକାଲି ଭାରତ ବନ୍ଦକୁ କଟକ ନଗର ବ୍ୟବସାୟୀ ମହାସଂଘର ସମର୍ଥନ କରିଛି। ଜିଏସଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି ମହାସଂଘ କହିଛି।

ତା’ ଛଡ଼ା ଜିଏସଟି ଆଇନ ଯୋଗୁ ଇନସପେକ୍ଟରରାଜ ପ୍ରଚଳନ ହୋଇଛି। ଫଳରେ ବ୍ୟବସାୟ କରିବା ମୁସ୍କିଲ ହୋଇପଡ଼ିଲାଣି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ଏନେଇ ବୈଠକ ହୋଇଥିଲା ଏଥିରେ ୨୬ ତାରିଖର ଦେଶବ୍ୟାପୀ ବ୍ୟବସାୟ ବନ୍ଦ ଡାକରାକୁ ସମର୍ଥନ କରିବାକୁ ମହାସଂଘ ନିଷ୍ପତ୍ତି ନେଇଛି।

The post ଆସନ୍ତାକାଲି ଭାରତ ବନ୍ଦ: ଗଡ଼ିବନି ଗାଡ଼ି, ଖୋଲିବନି ଦୋକାନ appeared first on Odisha Reporter.



from Odisha Reporter https://ift.tt/3r5j552

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages