ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ବର୍ବର କାଣ୍ଡ ଘଟାଇଛନ୍ତି ନକ୍ସଲ । ଗତକାଲି ୨ଟି ଭିନ୍ନ ଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପାଇପ ବୋମା ବିସ୍ଫୋରଣରେ ୨ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି।
ବସ୍ତର ପୁଲିସ୍ IG ସୁନ୍ଦରରାଜ ପିଙ୍କ ସୂଚନା ଅନୁଯାୟୀ, ଗତକାଲି ହୋଇଥିବା ବ୍ଲାଷ୍ଟରେ ସହିଦ ଦୁଇ ଯବାନ ହେଲେ ଏନ. ବାଲାଚାମି ଏବଂ କାନକର ଉସେଣ୍ଡି । ସେମାନଙ୍କ ବ୍ୟତୀତ ଯବାନ ବାଙ୍କେଶ୍ୱର ପାଇକ୍ରା ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ଆଇଟିବିପିର ୫୩ତମ ବାଟାଲିୟନର ଯବାନ ସୋନେପୁର ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ନକ୍ସଲମାନେ ଖଞ୍ଜିଥିବା ପାଇପ ବୋମା ବିସ୍ପୋରଣ ହୋଇଥିଲା। ଏଥିରେ ଆଇଟିବିପି ଯବାନ ଏନ. ବାଲାଚାମି ସହିଦ ହୋଇଥିଲେ।
ସେହିପରି କୁକରାଜ ପୁଲିସ୍ ଷ୍ଟେସନ ଅଞ୍ଚଳରେ ଡିଆରଜି ଯବାନଙ୍କ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଯବାନ କାନକର ଉସେଣ୍ଡି ସହିଦ ହୋଇଥିଲେ। ଏଥିସହ ଯବାନ ବାଙ୍କେଶ୍ୱର ପାଇକ୍ରା ଗୁରୁତର ହୋଇଛନ୍ତି।
ଆହତ ଯବାନ ବାଙ୍କେଶ୍ୱର ପାଇକ୍ରାଙ୍କୁ ଅଧିକ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଘେଲ ଦୁଃଖ ପ୍ରକାଶ କରିବା ସହିତ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
The post ଚାଲିଥିଲା ସର୍ଚ୍ଚ ଅପରେସନ, ଫୁଟିଲା ପାଇପ ବୋମା appeared first on Odisha Reporter.
from Odisha Reporter https://ift.tt/3pRma7D
No comments:
Post a Comment