କାମାକ୍ଷାନଗର(ବିଦ୍ୟାଧର ବରାଳ): ସାଇକେଲ ଚୋରିକୁ କେନ୍ଦ୍ର କରି ହେଲା ହଣାକଟା । ଏଥିରେ ୨ ଜଣ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଅସ୍ୱାଭାବିକ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାଇସିଙ୍ଗା ଗାଁରେ ଏଭଳି ଘଟଣା ଘଟିଛି।
ଗତକାଲି ବିଳମ୍ବିତ ରାତିରେ ଚରଣ ନାଏକଙ୍କର ସାଇକେଲ ଚୋରି ହୋଇଯାଇଥିଲା । ପରେ ଚରଣ ସେହି ଗାଁର ବାଦଲଙ୍କୁ ଚୋରି କରିଥିବା ସନ୍ଦେହରେ ପଚାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହଣାକଟା ପରିସ୍ଥିତି ସୃଷ୍ଟ ହୋଇଥିଲା । କାମାକ୍ଷାନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଟାଙ୍ଗିଆକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
ଗୁରୁତର ଅବସ୍ଥାରେ ଉଭୟ ଚରଣ ଓ ବାଦଲଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
The post ସାଇକେଲ ଚୋରିରୁ ହଣାହଣି appeared first on Odisha Reporter.
from Odisha Reporter https://ift.tt/3dMGmVR
No comments:
Post a Comment