ଦଳିତ ସ୍ୱେଚ୍ଛାସେବୀ ନୌଦୀପ କୌରଙ୍କୁ ମିଳିଲା ଜାମିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

ଦଳିତ ସ୍ୱେଚ୍ଛାସେବୀ ନୌଦୀପ କୌରଙ୍କୁ ମିଳିଲା ଜାମିନ

ଚଣ୍ଡିଗଡ଼: ଦିଲ୍ଲୀର କୁଣ୍ଡଲି ସୀମାରେ ଶ୍ରମିକଙ୍କ ପକ୍ଷରୁ ଦିଆଯାଇଥିବା ବିକ୍ଷୋଭରେ ସାମିଲ ହୋଇ ଗିରଫ ହୋଇଥିବା ଦଳିତ ସ୍ୱେଚ୍ଛାସେବୀ ନୌଦୀପ କୌରଙ୍କୁ ଶେଷରେ ଜାମିନ ପାଇଛନ୍ତି। ତାଙ୍କୁ ପୁଲିସ୍‌ ଜାନୁଆରୀ ୧୨ରେ ଗିରଫ କରିବାରୁ ସେ ହରିଆଣାର କର୍ଣ୍ଣାଲ ଜେଲ୍‌ରେ ରହିଥିଲେ।

ହେଲେ ଆଜି ପଞ୍ଜାବ-ହରିଆଣା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜେଲ୍‌ରେ ଥିବା ବେଳେ ନୌଦୀପ ପୁଲିସ୍‌ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ହେଲେ ଏହାକୁ ପ୍ରଶାସନ ଭିତ୍ତିହୀନ ବୋଲି କହିଛି। ନୌଦୀପଙ୍କ ଓକିଲ ହରିନ୍ଦର ଦୀପ ସିଂହ କହିଛନ୍ତି, ନୌଦୀପ ଆଣିଥିବା ବେଆଇନ ଗିରଫଦାରୀର ଶୁଣାଣି କୋର୍ଟ ପୃଥକ ଭାବେ କରିବେ ବୋଲି କହିଛନ୍ତି।

ସେହିପରି ତାଙ୍କର ବିଭିନ୍ନ ସମୟରେ ହୋଇଥିବା ମେଡିକାଲ ରିପୋର୍ଟକୁ ମଧ୍ୟ କୋର୍ଟ ଯାଞ୍ଚ କରିବେ। ଧାରା ୩୬୦ ବଳରେ ଗିରଫଦାରୀ ହୋଇଥିଲେ ହେଁ ଏହା ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା। ଏହି କାରଣରୁ କୋର୍ଟ କୌରଙ୍କୁ ଜାମିନ ଦେଇଥିବା ଶ୍ରୀ ସିଂହ କହିଛନ୍ତି।

ଚାଷୀ ଆନ୍ଦୋଳନକୁ ସମର୍ଥନ ଓ ଶ୍ରମିକଙ୍କ ଭତ୍ତା ବୃଦ୍ଧି କରିବା ଦାବିରେ କୁଣ୍ଡଲି ସୀମାରେ ହେଉଥିବା ଆନ୍ଦୋଳନରେ ନୌଦୀପ ସାମିଲ ହୋଇଥିଲେ। ବିକ୍ଷୋଭକାରୀମାନେ ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ। ଏହି ସମୟରେ ସେଠାରେ କୃଷି ଆଇନ ବିରୋଧରେ ପୂର୍ବଭଳି ଆନ୍ଦୋଳନ କରୁଥିବା ଚାଷୀମାନେ ମଧ୍ୟ ରହିଥିଲେ।

ଶ୍ରମିକ ଆନ୍ଦୋଳନରେ ସାମିଲ ଥିବାରୁ ନୌଦୀପଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏହାପରେ ତାଙ୍କ ନାଁରେ ହତ୍ୟା, ଚୋରି, ଦଙ୍ଗା, ବେଆଇନ ଭାବେ ଲୋକଙ୍କୁ ଏକାଠି କରିବା, ଜୋରଜବରଦସ୍ତି ଟଙ୍କା ଆଦାୟ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ମାମଲା ରୁଜୁ କରାଯାଇଥିଲା। ତେବେ ତାଙ୍କୁ ପୂର୍ବରୁ ଅପରାଧିକ ଷଡ଼ଯନ୍ତ୍ର ଓ ଜବରଦସ୍ତି ବଟି ଆଦାୟ ମାମଲାରେ ଜାମିନ ମିଳିଥିଲା।

ନୌଦୀପଙ୍କ ଗିରଫଦାରୀକୁ ନେଇ ଆମେରିକାର ଉପ ରାଷ୍ଟ୍ରପତି କମଳା ହାରିସଙ୍କ ଝିଆରୀ ମୀନା ହାରିଶ ମଧ୍ୟ ଟ୍ୱିଟ କରିଥିଲେ। ସେ କହିଥିଲେ ଯେ ୨୩ ବର୍ଷୀୟ ଶ୍ରମିକ ସ୍ୱେଚ୍ଛାସେବୀଙ୍କୁ ଗିରଫ କରାଯାଇ ଶାରିରୀକ ଓ ଯୌନ ନିର୍ଯାତନା ଦିଆଯାଉଛି।

The post ଦଳିତ ସ୍ୱେଚ୍ଛାସେବୀ ନୌଦୀପ କୌରଙ୍କୁ ମିଳିଲା ଜାମିନ appeared first on Odisha Reporter.



from Odisha Reporter https://ift.tt/3pXM0a7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages