ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ଅକ୍ଷର ପଟେଲ୍। ଆଉ ଡେବ୍ୟୁ ଟେଷ୍ଟରେ ପ୍ରଥମ ୱିକେଟ୍ ଭାବେ ଆଉଟ୍ କରିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ଙ୍କୁ।
ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦ୍ୱିଶତକ ମାରି ଏକାଧିକ ରେକର୍ଡ ନିଜ ନାମରେ କରିଥିବା ଇଂଲଣ୍ଡ ଅଧିନାୟକ ରୁଟ୍ ଆଜି ମାତ୍ର ୧୨ଟି ବଲ୍ର ସମ୍ମୁଖୀନ ହୋଇଥିଲେ। ସେ ୬ ରନ୍ କରିଥିବା ବେଳେ ଅକ୍ଷର ପଟେଲଙ୍କ ବଲ୍ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ଉଭୟ ଅକ୍ଷର ଓ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ସଫଳତା।
ଖବର ଲେଖାଯିବା ବେଳକୁ ଲଞ୍ଚ ବ୍ରେକ୍ ହୋଇଥିଲା। ଇଂଲଣ୍ଡ ୧୮ ଓଭରରେ ୪ ୱିକେଟ୍ ହରାଇ ୩୯ ରନ୍ କରିଥିଲା।
ଆଜି ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ୍ରେ ୩୨୯ ରନ୍ କରି ଅଲ୍ଆଉଟ୍ ହେବା ପରେ ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ପ୍ରଥମ ଓଭରରେ ଲାଗିଥିଲା ବଡ଼ ଝଟକା। ପଡ଼ିଥିଲା ରୋରୀ ବର୍ଣ୍ଣସଙ୍କ ୱିକେଟ୍। ସେ ଶୂନରେ ଆଉଟ୍ ହୋଇଥିଲେ। ପ୍ରଥମ ଓଭରର ତୃତୀୟ ବଲ୍ରେ ଈଶାନ୍ତ ଶର୍ମାଙ୍କ ଦ୍ୱାରା ସେ ଏଲବିଡବ୍ଲ୍ୟୁ ହୋଇଥିଲେ।
ରୋରୀଙ୍କ ପରେ ଡମ୍ ସିବ୍ଲେ ଆଉଟ୍ ହୋଇଯାଇଥିଲେ। ୭.୨ ଓଭରରେ ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଶିକାର ହୋଇଥିଲେ। ଅଶ୍ୱିନଙ୍କ ବଲ୍ରେ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଡମ୍ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିଲେ ଅଧିନାୟକ ଜୋ ରୁଟ୍। କିନ୍ତୁ ସେ ୧୦.୩ ଓଭରରେ ଆଉଟ୍ ହୋଇଯାଇଥିଲେ।
ସେହିପରି ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଡାନ୍ ଲରେନ୍ସ ୫୨ଟି ବଲ୍ର ସମ୍ମୁଖୀନ ହୋଇଥିଲେ। କିନ୍ତୁ ତାଙ୍କ ବ୍ୟାଟ୍ରୁ ରନ୍ ବାହାରି ନଥିଲା। ସେ ମାତ୍ର ୯ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ବଲ୍ରେ ଶୁବମନ ଗିଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଈଶାନ୍ତ ଶର୍ମା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ ଅଶ୍ୱିନଙ୍କୁ ୨ଟି ସଫଳତା ମିଳିଛି।
Big scalp on Test debut for @akshar2026! #TeamIndia pick their third wicket as Joe Root departs. @Paytm #INDvENG
Follow the match https://t.co/Hr7Zk2kjNC pic.twitter.com/Xfsxmfa6FV
— BCCI (@BCCI) February 14, 2021
ସୂଚନାଯୋଗ୍ୟ, ଗତକାଲି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିରାଟ କୋହଲି ଓ ଶୁବମନ ଗିଲ ଶୂନରେ ଆଉଟ୍ ହୋଇଯାଇଥିଲେ। ଚେତେଶ୍ୱର ପୂଜାରା ୨୧ ରନ୍ କରିଥିଲେ। ତେବେ ହିଟ୍ମ୍ୟାନ୍ ରୋହିତ ଶର୍ମା ଧମାକେଦାର ବ୍ୟାଟିଂ କରିଥିଲେ। ସେ ୧୬୧ ରନ୍ କରିଥିଲେ। ଫଳରେ ଦଳ ଏକ ଭଲ ସ୍ଥିତିରେ ପହଞ୍ଚି ପାରିଥିଲା। ଆଜିଙ୍କ୍ୟ ରାହାଣେ ୬୭ ରନ୍ କରିଥିଲେ। ୱିକେଟ୍ କିପର ଋଷଭ ପନ୍ତ ୫୮ ରନ୍ କରି ଅପରାଜିତ ରହିଥିଲେ।
The post ଡେବ୍ୟୁ ଟେଷ୍ଟରେ ଅକ୍ଷରଙ୍କ ବଡ଼ ଶିକାର appeared first on Odisha Reporter.
from Odisha Reporter https://ift.tt/3aZE4j4
No comments:
Post a Comment