୬ ଦିନ ହେବ ସୁଡ଼ଙ୍ଗ ବାହାରେ ବୁଲୁଛି ‘ବ୍ଲାକି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

୬ ଦିନ ହେବ ସୁଡ଼ଙ୍ଗ ବାହାରେ ବୁଲୁଛି ‘ବ୍ଲାକି’

ଡେରାଡୁନ: ବର୍ଷ ବର୍ଷ ଧରି କୁକୁର ଏବଂ ମଣିଷ ମଧ୍ୟରେ ଭଲ ସମ୍ପର୍କ ରହି ଆସିଛି। ଏମାନେ ସବୁଠାରୁ ବିଶ୍ୱସ୍ତ। ମଣିଷମାନଙ୍କ ଭଲ ବନ୍ଧୁ ହେଉଛନ୍ତି କୁକୁର। ଏଥିରେ ସନ୍ଦେହ ନାହିଁ। ନିଜ ମାଲିକଙ୍କ ପାଇଁ କୁକୁରମାନେ ଶତ୍ରୁର ଜୀବନ ନେଇପାରନ୍ତି ଏବଂ ଦେଇପାରନ୍ତି ମଧ୍ୟ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ହିମସ୍ଖଳନ ହୋଇଥିବା ସ୍ଥାନ ଚମୋଲିରେ।

ନିଜ ମାଲିକଙ୍କୁ ୬ ଦିନ ହେବ ଖୋଜି ବୁଲୁଛି ‘ବ୍ଳାକି’। ସୁଡଙ୍ଗ ନିକଟରେ ମାରୁଛି ପଇଁତର। ସୁଡ଼ଙ୍ଗ ଭିତରୁ କାଳେ ତା’ ମାଲିକ ଆସିବେ ତାକୁ ଖାଇବାକୁ ଦେବେ ଆଉ ତା’ସହ ଖେଳିବେ। ଯେତେ ବୁଝେଇଲେ ବି ସେ ଜମାରୁ ହଟୁନି। ତପୋବନ ଡ୍ୟାମ ନିକଟରେ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ଏହି ଭୁତିଆ ବ୍ରିଡ୍‌ର କୁକୁରଟି ବାହାରେ ଠଆ ହୋଇ ରହୁଛି। ପଙ୍କ କାଦୁଅରେ ବ୍ଲାକି ରେସକ୍ୟୁ ଟିମ ସହ ସୁଡଙ୍ଗ ନିକଟରେ ଏପଟ ସେପଟ ମଧ୍ୟ ହେଉଛି। ତଡିବା ପରେ ବି ବ୍ଲାକି ଜାଗା ଛାଡୁ ନଥିବା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଯବାନମାନେ କହିଛନ୍ତି। ହିମସ୍ଖଳ ପରେ ଭୟଙ୍କର ଜଳ ପ୍ରଳୟ ଯୋଗୁଁ ଡ୍ୟାମରେ ଫସି ରହିଥିବା କର୍ମଚାରୀଙ୍କୁ ଦୀର୍ଘ ୬ ଦିନ ହେବ ଅପେକ୍ଷା କରି ବସିଛି ଏହି କୁକୁର। ସୁଡ଼ଙ୍ଗ ବାହାରେ ମାଲିକଙ୍କୁ ଅପେକ୍ଷା କରି ରହିଥିବା ବ୍ଲାକିର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଭାବୁକ ହୋଇପଡୁଛି।


ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ହୋଇଥିଲା। ଏହାପରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା । ପାଣି ସୁଅରେ ଚମୋଲି ନିକଟସ୍ଥଳ ରେନି ଗାଁ ପୁରା ନଷ୍ଟ ହେବା ସହ ନିକଟରେ ଥିବା ଋଷିଗଙ୍ଗା ହାଇଡ୍ରା ପ୍ରଜୋକ୍ଟ ପୁରା ଧ୍ୱଂସ ହୋଇଯାଇଥିଲା। କାଦୁଅ ଓ ପାଣି ମାଡରେ ପ୍ରଳ୍ପରେ କାମ କରୁଥିବା ଅନେକ ଶ୍ରମିକ ମୃତହାତ ହୋଇଥିବା ବଳେ ଏବେବି ନିଖୋଜ ଅଛନ୍ତି। ସୁଡଙ୍ଗ ଭିତରେ ମାଟି ପାଣି ପଶିବା ଯୋଗୁଁ ୩୦ରୁ ଅଧିକ ଶ୍ରମିକ ସେଠାରେ ଏବେବି ଫସି ରହି ଯାଇଥିବା ଆଶଙ୍କା କରାଯାଉଛି। ଆଇଟିବି ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ୫ଟି ମୃତଦେହ ସୁଡଙ୍ଗ ଭିତରୁ ଉଦ୍ଧାର ହୋଇଛି। ଫଳରେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ଏବେବି ୧୬୧ ଜଣ ନିଖୋଜ ଅଛନ୍ତି।

The post ୬ ଦିନ ହେବ ସୁଡ଼ଙ୍ଗ ବାହାରେ ବୁଲୁଛି ‘ବ୍ଲାକି’ appeared first on Odisha Reporter.



from Odisha Reporter https://ift.tt/3rX4VTT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages