ମେଷ: ବକେୟା ଅର୍ଥ ଫେରି ପାଇବେ। ଅପେକ୍ଷା କରିଥିବା ଶୁଭ ଖବରଟି ପାଇବେ। ମହିଳାମାନେ ନିଜ କାର୍ଯ୍ୟକୁ ଠିକ୍ ଢଙ୍ଗରେ କରିବେ। ପ୍ରତିକାର– ମା’ ପାର୍ବତୀଙ୍କ ପାଖରେ କିଛି ଲାଲ୍ ସିନ୍ଦୂର ଚଢ଼ାନ୍ତୁ।
ବୃଷ: କର୍ମକ୍ଷେତ୍ରରେ ଅନେକ ଗୁଡ଼ିଏ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ଛୋଟ ଛୋଟ କଥାକୁ ନେଇ ସମସ୍ୟାର ସମ୍ମୁଖୀନ ହେବେ। ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ ନାହିଁ। ପ୍ରତିକାର– ସାତଟି ଧଳା ଦୁଦୁରାଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ।
ମିଥୁନ: ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଅସୁବିଧାରେ ପଡ଼ିଥିବା କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରି ଖୁସି ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ପ୍ରତିକାର– ସାତଟି ତୁଳସୀ ମଞ୍ଜରୀ ଶ୍ରୀବିଷ୍ଣୁଙ୍କୁ ଅର୍ପଣ କରନ୍ତୁ।
କର୍କଟ: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ରାଜନେତାମାନଙ୍କ ପ୍ରଭାବ ବିସ୍ତାର ହେବ। ପ୍ରତିକାର– କିଛି ଅରୁଆ ଭାତ ଗାଈକୁ ଖାଇବାକୁ ଦିଅନ୍ତୁ।
ସିଂହ: ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଦେବ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପରିବହନ ବ୍ୟବସାୟ ସହିତ ଜଡ଼ିତ ଲୋକେ ବାଧାବିଘ୍ନର ସମ୍ମୁଖୀନ ହେବେ। ପ୍ରତିକାର– ତମ୍ବା ପାତ୍ରରେ ଗୁଡ଼ ପାଣି କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।
କନ୍ୟା: ଗଠନମୂଳକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ପ୍ରତିକାର– କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।
ତୁଳା: ଅଯାଚିତ ଭାବେ କେହି ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ଅପ୍ରିୟ ସତ୍ୟକଥା କୁହନ୍ତୁ ନାହିଁ। ନଚେତ୍ ବିବାଦର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପ୍ରତିକାର– ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।
ବିଛା: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଆନନ୍ଦିତ ହେବେ। ପ୍ରତିକାର– ହନୁମାନଙ୍କ ସିନ୍ଦୂର ମଥାରେ ଲଗାଇ କାର୍ଯ୍ୟ ଆରମ୍ଭ କରନ୍ତୁ।
ଧନୁ: ପ୍ରତ୍ୟେକଟି ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଜୀବନସାଥୀଙ୍କ ପ୍ରେରଣା ପାଇ ଅନେକାଂଶରେ ଉପକୃତ ହେବେ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବେ।
ମକର: ଅନେକ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ମନ ଅସ୍ଥିର ରହିବ। ପଡ଼ୋଶୀମାନଙ୍କ ସହିତ ଅଯାଥରେ ମତଭେଦ ହୋଇପାରେ। ପ୍ରତିକାର– ସାତୋଟି ରାଶି ଲଡୁ ଶ୍ରୀ ଗଣେଶଙ୍କ ପାଖରେ ଭୋଗ ଲାଗି କରନ୍ତୁ।
କୁମ୍ଭ: ସାଧାରଣ କଥାରୁ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଜଗିରଖି ଚଳନ୍ତୁ। ଶରୀରରେ ଅଚନାକ ପୀଡ଼ା ଅନୁଭବ କରିପାରନ୍ତି। ମହିଳାମାନେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ। ପ୍ରତିକାର– ଗୋମାତାଙ୍କୁ କିଛି ଖାଦ୍ୟ ଦିଅନ୍ତୁ।
ମୀନ: ନୂତନ ଯୋଜନାରେ କାମ କରି ଉନ୍ନତି ଆଡ଼କୁ ଅଗ୍ରସର ହେବେ। ବିଳମ୍ବ ହେଲେ ମଧ୍ୟ ଅଟକି ଥିବା କାର୍ଯ୍ୟ ଗୁଡ଼ିକ ସମାପନ ହେବ। ପରିବାରରେ ସୁସ୍ଥ ବାତାବରଣ ବଜାୟ ରହିବ। ପ୍ରତିକାର– କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
The post ୧ ମାର୍ଚ୍ଚ, ସୋମବାର: ଅସୁବିଧାରେ ପଡ଼ିଥିବା କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରି ଖୁସି ହେବେ appeared first on Odisha Reporter.
from Odisha Reporter https://ift.tt/3e1DnJn
No comments:
Post a Comment