ଗାଜିଆବାଦ: ଜଣେ ମହିଳା ଓ ତାଙ୍କ ଛୋଟ ଛୁଆକୁ ହତ୍ୟା କରିବା ପାଇଁ ଆସିଥିଲା ସୁପାରୀ କିଲର। ହେଲେ କୋମଳମତି ଛୁଆକୁ ଦେଖି ବଦଳିଗଲା ତା’ ମନ। ଆଉ ମହିଳାଙ୍କ ଆଗରେ ସବୁ କଥା ଖୋଲି କହିଦେଲା। ତା’ କଥା ଶୁଣି ଉକ୍ତ ମହିଳା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କୁ ଓ ତାଙ୍କ ଛୁଆକୁ ହତ୍ୟା କରିବାକୁ ସୁପାରୀ ଦେଇଥିଲେ ତାଙ୍କ ସ୍ୱାମୀ। ଏହାପରେ ତାଙ୍କ ଅଭିଯୋଗ କ୍ରମେ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ୍।
ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର ଅଜୟ ଯାଦବ। ବୀମା ଟଙ୍କା ହାତେଇବା ଲାଗି ସ୍ତ୍ରୀ ରାକ୍ଷୀ ଓ ୪ ବର୍ଷର ପୁଅକୁ ହତ୍ୟା କରିବାକୁ ସେ ଦେଇଥିଲେ ସୁପାରୀ। ଏଥିପାଇଁ ସୁପାରୀ କିଲର ଗିରିରାଜ ଯାଦବ ସହ ୧୦ ଲକ୍ଷ ଟଙ୍କାର ଡିଲ୍ କରିଥିଲା ଅଜୟ।
ନିଜ ସାଙ୍ଗ ରାମ ପ୍ରକାଶଙ୍କ ସାହାଯ୍ୟରେ ଗିରିରାଜ ସହ ଡିଲ୍ କରିଥିଲେ ଅଜୟ। ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ଲାଗି ବି ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ।
ଯୋଜନା ମୁତାବକ ଗତ ୨୬ ତାରିଖ ଗିରିରାଜ ଉକ୍ତ ମା’ ଓ ପୁଅଙ୍କୁ ହତ୍ୟା କରିବା ପାଇଁ ସେଲସ୍ ମ୍ୟାନ୍ ଭାବେ ଅଜୟଙ୍କ ଘରକୁ ଯାଇଥିଲା। କିନ୍ତୁ ସେଠାରେ ଅଜୟଙ୍କ ୪ ବର୍ଷର ପୁଅକୁ ଦେଖି ତା’ ମନ ବଦଳି ଯାଇଥିଲା। ଆଉ ଅଜୟଙ୍କ ପତ୍ନୀ ରାକ୍ଷୀଙ୍କୁ ଏହି ଷଡ଼ଯନ୍ତ୍ରର ସମସ୍ତ ପ୍ରମାଣ ଦେଇ ସେଠାରୁ ଛୁ ମାରିଥିଲା।
ଏହାପରେ ଶନିବାର ରାକ୍ଷୀ ଗାଜିଆବାଜ ପୁଲିସ ପାଖରେ ଅଭିଯୋଗ କରିବା ସହିତ ହତ୍ୟା ଷଡ଼ଯନ୍ତ୍ରର ପ୍ରମାଣ ଦେଇଥିଲେ। ତାଙ୍କ ଅଭିଯୋଗ ଓ ପ୍ରମାଣ ଅଧାରରେ ଗାଜିଆବାଦ ପୁଲିସ ଅଜୟ ଓ ତାଙ୍କ ବନ୍ଧୁ ରାମ ପ୍ରକାଶକୁ ଡାଇମଣ୍ଡ ବ୍ରିଜ ପାଖରୁ ଗିରଫ କରିଥିଲା। ହେଲେ ସୁପାରୀ କିଲର ଗଜରାଜ ନିଖୋଜ ଥିବା ଜଣାପଡ଼ିଛି।
ଅଜୟ ଆଜମଗଡ଼ରେ ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ପ ଭାବେ କାମ କରନ୍ତି। ପତ୍ନୀ ରାକ୍ଷୀ ବିହାରର ବାସିନ୍ଦା। ୪ ବର୍ଷ ତଳେ ଉଭୟ ପ୍ରେମ ବିବାହ କରିଥିଲେ। ତେବେ ଅଜୟ ଅନ୍ୟ କାହା ସହ ସମ୍ପର୍କ ରଖିଥିବା ରାକ୍ଷୀ ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
The post ଛୋଟ ଛୁଆର ମୁହଁ ଦେଖି ବଦଳିଗଲା ସୁପାରୀ କିଲରର ମନ appeared first on Odisha Reporter.
from Odisha Reporter https://ift.tt/3sBeTuh
No comments:
Post a Comment