ଇକୋ ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଆଇପିଏସ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ଇକୋ ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଆଇପିଏସ ଦମ୍ପତି

ନରସିଂହପୁର (ଓଡ଼ିଶା ରିପୋର୍ଟର): ଇକୋ ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିଗଳା କଟେଜ। ଅଗ୍ନିକାଣ୍ଡରେ ଅଳ୍ପକେ ବିର୍ତ୍ତିଲେ ଆଇପିଏସ ଦମ୍ପତି ଓ ଯାତ୍ରୀ। ବାଲିପୁଟ ସ୍ଥିତ ସାତକୋଶିଆ ଇକୋ ରିଟ୍ରିଟରେ ଏଭଳି ଅଗ୍ନିକାଣ୍ଡ ଘଟିଛି।

ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର

ମିଳିଥିବା ସୂଚନା ମୁତାବକ, ଆଜି ଭୋର ୫ଟା ବେଳେ ଇକୋ ରିଟ୍ରିଟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୩ଟଇ କଟେଜ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ସଟସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା କୁହାଯାଉଛି। ତେବେ ଏଥିରେ କେହି ଆହତ ହୋଇନଥିବା ବେଳେ ଆଇପିଏସ ଦମ୍ପତି ସଞ୍ଜିବ ପଣ୍ଡା ଓ ସନ୍ତୋଷ ବାଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ନିଜେ ସୋଶାଲ ମିଳିଡାରେ ଆଇପିଏସ ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି।

ସେପଟେ ଅଗ୍ନିଶମ ବାହିନୀ ଘଟଣାସ୍ଥଳେ ପହଞ୍ଚି ନିଆଁକୁ ଆୟତ କରିଛି। ତେବେ ନିଆଁ ଲିଭା ପୂର୍ବରୁ କଟେଜଗୁଡିକ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଦେଖିବାକୁ ମଳିଛି। ଘଟଣାସ୍ଥଳରେ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

The post ଇକୋ ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଆଇପିଏସ ଦମ୍ପତି appeared first on Odisha Reporter.



from Odisha Reporter https://ift.tt/3q4F7DM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages