ମାର୍ଚ୍ଚ ୧ରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ମାର୍ଚ୍ଚ ୧ରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କା

ହିସାର: ଲଗାତର ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ, ଛୋଟ ଠାରୁ ବଡ଼ ବଡ଼ ବେପାରୀଙ୍କ ଉପରେ ମଧ୍ୟ ତୈଳଦର ବୃଦ୍ଧିର ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି  ହରିୟାଣାର ହିସାରରେ ଥିବା ଖାପ୍ ପଞ୍ଚାୟତ କ୍ଷୀର ଦର ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛି।

ମାର୍ଚ୍ଚ ୧ ଅର୍ଥାତ୍ ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ନୂଆ କୃଷି ଆଇନ୍ ଓ ତୈଳ ଦର ବୃଦ୍ଧି ବିରୋଧରେ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଦିନକ ତଳେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ କ୍ଷୀର ଲିଟର୍ ପିଛା ୧୦୦ ଟଙ୍କାରେ ବିକ୍ରି ହେବା ଟ୍ରେଣ୍ଡ କରୁଥିଲା।

ଏ ନେଇ ପଞ୍ଚାୟତ ପକ୍ଷରୁ କୁହାଯାଇଛି, ‘ଆମେ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଡାଏରୀ ଚାଷୀଙ୍କୁ ଅନୁରୋଧ କରୁଛୁ ଯେ ସେମାନେ କେବଳ ସରକାରୀ କୋଅପରେଟିଭ୍ ସୋସାଇଟିକୁ ମଧ୍ୟ ଏହି ଦରରେ କ୍ଷୀର ବିକ୍ରି କରନ୍ତୁ। ତେବେ ଗରିବ ଲୋକଙ୍କୁ କ୍ଷୀର ଦେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଅର୍ଥାତ୍ ଗରିବଙ୍କୁ ପୁରୁଣା ଦରରେ କ୍ଷୀର ବିକ୍ରି କରାଯିବ।’

ତିନିମାସରୁ ଅଧିକ ଦିନ ଧରି ଚାଷୀ ଆନ୍ଦୋଳନ କରୁଛନ୍ତି। ସରକାର ସେମାନଙ୍କ କଥା ଶୁଣୁନାହାନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଖାପ୍ ପଞ୍ଚାୟତ ଏହି ନିଷ୍ପତ୍ତି ନେଇଛି।

ଏହା ପୂର୍ବରୁ ସିଂଘୁ ବର୍ଡରରେ ଆନ୍ଦୋଳନ କରୁଥିବା ଚାଷୀ ନେତା କହିଛନ୍ତି, ‘ଡିଜେଲ ଦର ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କୁ ଘେରିବାକୁ ପ୍ରୟାସ କରୁଛନ୍ତି। ସରକାରଙ୍କୁ କାଉଣ୍ଟର କରିବା ପାଇଁ ଆମେ କ୍ଷୀର ଦରକୁ ଦ୍ୱିଗୁଣିତ କରିଛୁ।’ ଏପରିକି ଯଦି ଚାଷୀଙ୍କ କଥା ନଶୁଣନ୍ତି, ତାହେଲେ ଆଗାମୀ ଦିନରେ ପରିବା ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

ଟ୍ୱିଟରରେ ମାର୍ଚ୍ଚ ୧ ତାରିଖରୁ କ୍ଷୀର ଦର ଲିଟର ପିଛା ୧୦୦ ଟଙ୍କା ହ୍ୟାଶଟ୍ୟାଗ୍ ସହ ଟ୍ୱିଟ୍ କରୁଥିବା କିଛି ଲୋକେ ପଚାରୁଛନ୍ତି ଯେ ଯଦି ଲୋକେ ୧୦୦ ଟଙ୍କାରେ ଲିଟର ପେଟ୍ରୋଲ କିଣିପାରୁଛନ୍ତି, ତାହେଲେ କ୍ଷୀର କାହିଁକି ନୁହେଁ।

ଏହି ହ୍ୟାଶଟ୍ୟାଗ୍ ସହ କିଛି ଟ୍ୱିଟରେ ଏକ ରେଟ୍ ଚାଟ୍ ମଧ୍ୟ ଶେଆର୍ କରାଯାଇଥିଲା। ଯେପରି ପେଟ୍ରୋଲ ଉପରେ ବିଭିନ୍ନ ପ୍ରକାରର ଟ୍ୟାକ୍ସ ଲାଗୁଛି, ସେହିପରି କ୍ଷୀରରେ ମଧ୍ୟ ଟ୍ୟାକ୍ସ ଲାଗିବା କଥା କୁହାଯାଇଛି। ଏଥିରେ ସବୁଜ ଚାରା ଟ୍ୟାକ୍ସ, ଗୋବର ଟ୍ୟାକ୍ସ, ଲେବର ଚାର୍ଜ ଓ ଚାଷୀଙ୍କ ଲାଭ ଆଦିକୁ ଯୋଡ଼ାଯାଇଛି। ତଳେ ‘ମାର୍ଚ୍ଚ ୧ ତାରିଖରୁ ନୂଆ ଦର ଲାଗୁ ହେବ’ ବୋଲି ଉଲ୍ଲେଖ କରାଯାଇଛି।

The post ମାର୍ଚ୍ଚ ୧ରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କା appeared first on Odisha Reporter.



from Odisha Reporter https://ift.tt/3dUHcQu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages