ଲିଖିତ ପରୀକ୍ଷାରେ ମିଳିଛି ଶୂନ, ତଥାପି କମ୍ପ୍ୟୁଟର ଟେଷ୍ଟ ପାଇଁ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

ଲିଖିତ ପରୀକ୍ଷାରେ ମିଳିଛି ଶୂନ, ତଥାପି କମ୍ପ୍ୟୁଟର ଟେଷ୍ଟ ପାଇଁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସେ,ଲେଟରରେ ଜିରୋ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କୁ ମିଳିଛି କମ୍ପ୍ୟୁଟର ସ୍କିଲ ଟେଷ୍ଟ ଦେବା ପାଇଁ ଅନୁମତି।   କେବଳ ସେତିକି ନୁହେଁ ମହିଳାମାନଙ୍କ ପାଇଁ ରିଜର୍ଭ ଥିବା କମ୍ପ୍ୟୁଟର ସ୍କିଲ ଟେଷ୍ଟରେ ପୁରୁଷମାନଙ୍କ ନାଁ ଏଣ୍ଟ୍ରି କରାଯାଇଛି ।  ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା କରାଯାଇଥିବା ଜୁନିୟର କିରାଣୀ ପରୀକ୍ଷାରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଗାଇଡଲାଇନ ଅନୁସାରେ ଚୟନ ଆୟୋଗ ପରୀକ୍ଷା କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ବଲାଙ୍ଗିର ଜିଲ୍ଲାର କିଛି ପରୀକ୍ଷାର୍ଥୀ  । ଏନେଇ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁଯାୟୀ,  ଗତ ୨୦୧୮ ମସିହାରେ ଏ ନେଇ ଲିଖିତ ପରୀକ୍ଷା ହୋଇଥିଲା । ୨୦୧୯ ଏବଂ ୨୦୨୦ରେ ପର୍ଯ୍ୟାୟ କ୍ରମେ ଏସେ ଆଣ୍ଡ ଲେଟର ରାଇଟିଙ୍ଗ ପରୀକ୍ଷା ହୋଇଥିଲା।  ଆସନ୍ତା ମାର୍ଚ୍ଚ ୭ ତାରିଖରେ କମ୍ପ୍ୟୁଟର ସ୍କିଲ ଟେଷ୍ଟ କରାଯିବ ।

ବଲାଙ୍ଗିର ଜିଲ୍ଳାର ୯୩ ଟି ପଦବୀ ପାଇଁ ରିଟିନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।  ନିୟମ ଅନୁସାରେ, ଗୋଟିଏ ପଦବୀ ପାଇଁ ୫ ଜଣ ପରୀକ୍ଷାର୍ଥୀ ଅନୁପାତରେ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ । ସେ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ୪୬୫ ଜଣ ପରୀକ୍ଷାର୍ଥୀ ରିଟିନ ପରୀକ୍ଷା ଏବଂ ଏସେ,ଲେଟର ପରୀକ୍ଷା ଦେଇଥିଲେ।

ଏବେ ଓ.ଏସ.ଏସ.ଏସ.ସି କମ୍ପ୍ୟୁଟର ସ୍କିଲ ଟେଷ୍ଟ ପାଇଁ ଯେତିକି ପଦବୀ ଅଛି, ସେତିକି ଅର୍ଥାତ ୯୩ ଜଣଙ୍କୁ ଚୟନ କରିଛି । ଏମିତିକି ଏସେ,ଲେଟରରେ ଜିରୋ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କୁ ମଧ୍ୟ କମ୍ପ୍ୟୁଟର ସ୍କିଲ ଟେଷ୍ଟ ପାଇଁ ଚୟନ କରାଯାଇଛି । କେବଳ ସେତିକି ନୁହେଁ ମହିଳାମାନଙ୍କ ପାଇଁ ରିଜର୍ଭ ଥିବା କମ୍ପ୍ୟୁଟର ସ୍କିଲ ଟେଷ୍ଟରେ ପୁରୁଷମାନଙ୍କ ନାଁ ଏଣ୍ଟ୍ରି କରାଯାଇଛି । ଏହାକୁ ନେଇ  ବଲାଙ୍ଗିର ଜିଲ୍ଲାର ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ଏନେଇ ଅଶୋକ ପାଣିଗ୍ରାହୀ ନାମକ ପରିକ୍ଷାର୍ଥୀ  କହିଛନ୍ତି, ଓ.ଏସ.ଏସ.ଏସ.ସି ନିଜ ଗାଇଡଲାଇନ୍‌ ପାଳନ କରୁନାହିଁ। ଗୋଟିଏ ପଦବୀ ଲାଗି ୫ ଜଣ ପରୀକ୍ଷାର୍ଥୀ ଅନୁପାତରେ ପରୀକ୍ଷା କରାଯାଉ।

ଅନ୍ୟ ଜଣେ ପରୀକ୍ଷାର୍ଥୀ ୟଶୋବନ୍ତ ସିଂ କହିଛନ୍ତି,  ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍‌ କରିସାରିଛନ୍ତି କମ୍ପ୍ୟୁଟର ଟେଷ୍ଟ ଲାଗି ଗୋଟିଏ ପଦବୀ ଲାଗି ୫ ଜଣ ପରୀକ୍ଷାର୍ଥୀ ଅନୁପାତରେ ଡାକିବା କଥା। ହେଲେ ସେମାନଙ୍କୁ ନ ଡାକି ସମୁଦାୟ ୯୩ ପିଲାଙ୍କୁ ଡକାଯାଇଛି। ଯେଉଁମାନଙ୍କର ଏସେରେ ଶୂନ ଅଛି ସେମାନଙ୍କୁ ମଧ୍ୟ ଡକାଯାଇଛି। ତୁରନ୍ତ ଏହାର ସମାଧାନ କରାଯାଉ।

The post ଲିଖିତ ପରୀକ୍ଷାରେ ମିଳିଛି ଶୂନ, ତଥାପି କମ୍ପ୍ୟୁଟର ଟେଷ୍ଟ ପାଇଁ ଅନୁମତି appeared first on Odisha Reporter.



from Odisha Reporter https://ift.tt/3kvQinU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages