ମୋବାଇଲ ଛଡ଼ାଇ ପଳାଉଥିଲେ, ବୁଲେଟ ଚଢ଼ି ଫିଲ୍ମ ଷ୍ଟାଇଲରେ କାବୁ କଲେ ରିନୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

ମୋବାଇଲ ଛଡ଼ାଇ ପଳାଉଥିଲେ, ବୁଲେଟ ଚଢ଼ି ଫିଲ୍ମ ଷ୍ଟାଇଲରେ କାବୁ କଲେ ରିନୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାହସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ଦୁର୍ବୃତ୍ତଙ୍କୁ ନ ଡରି ପୂରା ଫିଲ୍ମ ଷ୍ଟାଇଲ୍‌ରେ ସେ ଗୋଡ଼େଇ ଗୋଡ଼େଇ ଧରିଲେ। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ।

ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ନିଜ କାମ ସାରି ଘରକୁ ବୁଲେଟରେ ଫେରୁଥିଲେ ରିନୁ। ତାଙ୍କୁ ପିଛା କରିଥିଲେ ୨ ଜଣ ଯୁବକ । ଏହା ଅନୁଭବ କରିବା ପରେ ରିନୁ ଟିକେ ସାଇଡ୍ ହୋଇ ଅଟକି ଥିଲେ । ଏହି ସମୟରେ ଫୋନ୍ ଆସିବାରୁ ସେ ପକେଟରୁ ମୋବାଇଲ ଫୋନ୍ ବାହାର କରିଥିଲେ।

ଏହି ସମୟରେ ଆଖିପିଛୁଳାକେ ସେହି ଦୁଇ ଯୁବକ ଆସି ତାଙ୍କ ମୋବାଇଲ ଛଡ଼ାଇ ନେଇ ଦ୍ରୁତ ଗତିରେ ପଳାଇଥିଲେ । ରିନୁ ଏହା ପରେ ନିଜ ବୁଲେଟରେ ସେହି ଦୁର୍ବତ୍ତଙ୍କୁ ଗୋଡ଼ାଇଥିଲେ । ଆଗ ଛକରେ ୟୁ ଟର୍ଣ୍ଣ ମାରି ସେମାନେ ପଳାଇବାକୁ ଚେଷ୍ଟା କରିବା ବେଳେ ଚଳନ୍ତା ବୁଲେଟରୁ ହିଁ ସେ ବାଇକ ପଛରେ ବସିଥିବା ଜଣେ ଦୁର୍ବୃତ୍ତର ସାର୍ଟ କଲର ଧରି ପକାଇଥିଲେ।

ଏହା ପରେ ଉଭୟେ ପଡ଼ି ଯାଇଥିଲେ । ବାଇକ୍ ଚଳାଉଥିବା ଦୁର୍ବୃତ୍ତ ଜଣକ ଗାଡ଼ି ଛାଡ଼ି ପଳାଇଥିବା ବେଳେ ଆର ଜଣକୁ ଆଦୌ ଛାଡ଼ି ନଥିଲେ ରିନୁ। ସେ ଲୁଟେରା ତାଙ୍କୁ ଲାତ ଗୋଇଠା ମାରିଥିଲେ ମଧ୍ୟ ତାକୁ ନ ଛାଡ଼ି ପାଟି କରିଥିଲେ ରିନୁ। ଏହା ପରେ ଆଖପାଖରେ ଥିବା ଲୋକେ ଜମା ହୋଇଥିଲେ ଓ ସେହି ଲୁଟେରାକୁ କାବୁ କରିଥିଲେ।

The post ମୋବାଇଲ ଛଡ଼ାଇ ପଳାଉଥିଲେ, ବୁଲେଟ ଚଢ଼ି ଫିଲ୍ମ ଷ୍ଟାଇଲରେ କାବୁ କଲେ ରିନୁ appeared first on Odisha Reporter.



from Odisha Reporter https://ift.tt/2ZXpqDP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages