ନୂଆଦିଲ୍ଲୀ: ଆଇପିଏଲ୍ ପୂର୍ବରୁ ଭଗବାନଙ୍କ ଶରଣରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି। ଧୋନି ଝାରଖଣ୍ଡର ପ୍ରସିଦ୍ଧ ଦେୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଧୋନି ଯେବେବି ନିଜ ହୋମ୍ ଟାଉନ୍ ରାଞ୍ଚିରେ ଥାନ୍ତି, ସେ ନିଶ୍ଚୟ ଏହି ମନ୍ଦିରରେ ମା’ଙ୍କ ଦର୍ଶନ ପାଇଁ ଯାଆନ୍ତି। ୩୯ ବର୍ଷୀୟ ଧୋନି ଶୁକ୍ରବାର ଏହି ମନ୍ଦିର ଯାଇ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଧୋନିଙ୍କ ମନ୍ଦିର ଯିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।
ମନ୍ଦିରରେ ଧୋନିଙ୍କ ଟିକିଏ ଝଲକ ପାଇବା ପାଇଁ ତାଙ୍କ ଫ୍ୟାନ୍ ପହଞ୍ଚିଯାଇଥିଲେ। ତେବେ ଧୋନି ନିଜ ଫ୍ୟାନଙ୍କୁ ନିରାଶ ନକରି ସେମାନଙ୍କ ସହ କିଛି ସେଲଫୀ ନେଇଥିଲେ। ଦେୱରୀ ମନ୍ଦିର ରାଞ୍ଚି-ଟାଟା ମାର୍ଗରେ ଅଛି, ଯାହା ଖୁବ୍ ପ୍ରସିଦ୍ଧ। ମନ୍ଦିରର ମୁଖ୍ୟ ପୂଜାରୀ ଓ ପଣ୍ଡିତ ଧୋନିଙ୍କର ପୂଜାର୍ଚ୍ଚନା କରାଇଥିଲେ। ଧୋନି ପାଖାପାଖି ୨୫ ମିନିଟ୍ ଧରି ମନ୍ଦିର ପରିସର ଭିତରେ ବିତାଇଥିଲେ। ଧୋନିଙ୍କ ଆଖାପାଖରେ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ଥିଲେ।
Some more pics of our idol MS Dhoni from his Deori Temple visit @msdhoni | #MSDhoni | #WhistlePodu pic.twitter.com/4RZCNbeRP5
— DHONI Trends (@TrendsDhoni) February 27, 2021
Latest pics of MS Dhoni
Getting fitter and looking better #MSDhoni | @msdhoni | #WhistlePodu pic.twitter.com/SO6qRMuGCN
— DHONI Trends (@TrendsDhoni) February 27, 2021
ସୂଚନାଯୋଗ୍ୟ, ଧୋନି ଆଇପିଏଲର ପରବର୍ତ୍ତୀ ସିଜନ୍ ପାଇଁ ଖୁବ୍ ଶୀଘ୍ର ପ୍ରାକ୍ଟିସ୍ ଆରମ୍ଭ କରିପାରନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଧୋନି ରାଞ୍ଚିସ୍ଥିତ ନିଜର ଫାର୍ମ ହାଉସରେ ଅଧିକ ସମୟ ବିତାଉଛନ୍ତି। କ୍ୟାପଟେନ୍ କୁଲ୍ ନାମରେ ପରିଚିତ ଧୋନିଙ୍କ ପାଇଁ ଆଇପିଏଲର ୧୩ଶ ସଂସ୍କରଣ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ୟୁଏଇରେ ଖେଳାଯାଇଥିବା ଏହି ସଂସ୍କରଣରେ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ପ୍ରଥମଥର ପ୍ଲେଅଫକୁ କ୍ୱାଲିଫାଏ କରିପାରିନଥିଲା। କିନ୍ତୁ ଏଥର ଧୋନି ପୂର୍ବ ନିରାଶାକୁ ଭୁଲି ପୁଣିଥରେ ନିଜ ଟିମକୁ ସଫଳ କରାଇବା ପାଇଁ ପ୍ରୟାସ କରିବେ।
The post ଆଇପିଏଲ୍ ପୂର୍ବରୁ ମା’ଙ୍କ ଶରଣରେ ମାହି appeared first on Odisha Reporter.
from Odisha Reporter https://ift.tt/37UP0Oe
No comments:
Post a Comment