ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ଏହା ଆଗରେ ଆତ୍ମଦାହ ଉଦ୍ୟମ କରିବା କୌଣସି ଅପରାଧଠୁ କମ୍ ନୁହେଁ। ତେଣୁ ଯିଏ ଏପରି ଉଦ୍ୟମ କରିବ ତଥା ପ୍ରରୋଚନା ଦେବ ବନ୍ଧା ହେବ। ଏହାକୁ ଏକ ଅପରାଧିକ କାର୍ଯ୍ୟ ବୋଲି ବିବେଚନା କରାଯାଇ ସେହି ହିସାବରେ ପୁଲିସ୍ ପଦକ୍ଷେପ ନେବ। ଅଭିଯୋଗ ଥିଲେ ଠିକ୍ ଜାଗାରେ ଜଣାନ୍ତୁ, ଏପରି ପଦକ୍ଷେପ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ବିଧାନସଭା ସାମ୍ନାରେ ୨ ଦିନରେ ୩ ଜଣଙ୍କ ଆତ୍ମାହୁତି ଉଦ୍ୟମ କରି ସାରିଲେଣି। ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଥିବା କହିଲେ ଭୁବନେଶ୍ୱର ଡିସିପି। ତେବେ ସେମାନଙ୍କ ପଛରେ କିଛି ଲୋକ ଥିବା ସନ୍ଦେହ କରୁଛୁ । ତାଙ୍କୁ କିଏ ଆଣିଲା, ଫଟୋ ଏବଂ ଭିଡିଓ ସୁଟ୍ କଲା ତଦନ୍ତ କରାଯିବ। ଏଭଳି କରିବା ପାଇଁ ଯିଏ ପ୍ରରୋଚିତ କରିଛି, ତଦନ୍ତ ପରିସରଭୁକ୍ତ ହେବେ। ଆମେ ଭାବୁଛୁ ସେମାନଙ୍କ ପଛରେ ଆଉ କିଛି ଲୋକ ରହିଛନ୍ତି।
ଏଥିସହ ଡିସିପି କହିଛନ୍ତି, ଏଭଳି କଲେ ମାମଲାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ସେଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରରୋଚନା ଦେଉଥିବା ଲୋକଙ୍କୁ ଖୋଜାଯିବ। ଆତ୍ମାହୁତି ଉଦ୍ୟମ ଏକ ଅପରାଧିକ କାର୍ଯ୍ୟ । ସେ ହିସାବରେ ପୁଲିସ୍ ଟ୍ରିଟ୍ କରିବ।
ବୋତଲ ନେଇ ଢାଳି ହୋଇଗଲେ ତମ କଥା ଶୁଣାଯିବ ବୋଲି ଏମାନଙ୍କୁ ପ୍ରରୋଚନା ଦିଆଯାଉଥିବା ଜଣାପଡ଼ିଛି। ତେଣୁ ଯେଉଁମାନେ କିରୋସିନି ବଟଲ ଧରି ଆତ୍ମାହୁତି ଦେବାକୁ ଆସିଥିଲେ, ସେମାନଙ୍କୁ କିଏ ଆଣିଛି ତାହାର ତଦନ୍ତ କରାଯିବ। ଏଥିସହ କିରୋସିନି ବଟଲ ସହ ଫଟୋସୁଟ କରିବା ନିମନ୍ତେ ତାଙ୍କୁ ପ୍ରରୋଚିତ କରିବା, ସାହାଯ୍ୟ କରିବାରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନେ ବି ତଦନ୍ତ ପରିସରଭୁକ୍ତ ହେବେ ଓ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଥିସହ ଡିସିପି କହିଛନ୍ତି, ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ଏହା ଆଗରେ ଆତ୍ମଦାହ ଉଦ୍ୟମ କରିବା କୌଣସି ଅପରାଧଠୁ କମ୍ ନୁହେଁ। ଯେକୌଣସି ଅଭିଯୋଗ ଥିଲେ ଉପଯୁକ୍ତ ଅଧିକାରୀଙ୍କ ନିକଟକୁ ଯାଆନ୍ତୁ। ଏହାବ୍ୟତୀତ ଏଠାରେ ବି ଏକ ଗ୍ରିଭାନ୍ସ ସେଲ୍ ଅଛି। ଏଠାରେ ଅଭିଯୋଗ କଲେ ଆବଶ୍ୟକ ବିଭାଗ, ଅଧିକାରୀଙ୍କ ନିକଟକୁ ପଠାଯାଉଛି।
ସୂଚନାଯୋଗ୍ୟ, ଗତ ଥର ବିଧାନସଭା ଅଧିବେଶନ ଚାଲିଥିବା ବେଳେ ପରୀର ବାପାମା’ କିରୋସିନି ଢାଳି ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ। ସେତେବେଳେ ସେମାନଙ୍କୁ କାବୁ କରି ନିଆଯାଇଥିବା ବେଳେ ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ତୁମ୍ଭିତୋଫାନ୍।
The post ପୁଲିସ୍ର ଚେତାବନୀ: ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ appeared first on Odisha Reporter.
from Odisha Reporter https://ift.tt/3s2ZlPN
No comments:
Post a Comment