ମୁମ୍ବାଇ: ଯବାନଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ। ମହାରାଷ୍ଟ୍ରର ପାଲଘରରେ ଘଟିଛି ଏଭଳି ଛାତିଥରା ଘଟଣା। ଜଣେ ନୌସେନା ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ଜିଅନ୍ତା ଜାଳି ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇ ସ୍ଥିତ ନୌସେନା ହସ୍ପିଟାଲରେ ହିଁ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ମୃତ ନୌସେନା ଅଧିକାରୀ ଜଣକ ୨୬ ବର୍ଷୀୟ ସୁରଜ କୁମାର ବୋଲି ଜଣାପଡିଛି। ତାଙ୍କ ଘଣ ଝାଡଖଣ୍ଡ ରାଞ୍ଚିରେ। ସେ ତାମୁଲନାଡୁ ଆଇଏନଏ କଏମ୍ବଟୁରରେ କାର୍ଯ୍ୟରତ ଥିଲେ। ଗତ ଜାନୁଆରୀ ୩୦ ତାରିଖରେ ଛୁଟି ସାରି ସେ କାର୍ଯ୍ୟରେ ଯୋଗ ଦେବା ପାଇଁ କଏମ୍ବଟୁର ଯାଉଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ହିଁ ଅପହରଣ କରିନେଇଥିଲେ। ତା’ପରେ ତାଙ୍କୁ ପାଲଘରର ବେବାଜୀ ଜଙ୍ଗଲକୁ ନେଇଯାଇଥିଲେ। ନୌସେନା ଅଧିକାରୀଙ୍କୁ ଛାଡ଼ିବା ବଦଳରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ।
ପୁଲିସ ଅନୁସାରେ, ପରିବାର ଲୋକେ ଦାବି ପୂରଣ ନକରିବାରୁ ଦୁର୍ବୃତ୍ତ ସୁରଜଙ୍କ ଦେହରେ ନିଆଁ ଲଗାଇଦେଇଥିଲେ। ଏହା ପରେ ତାଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଥିଲେ। ଜଙ୍ଗଲରୁ ଜଳିଯାଇଥବା ଅବସ୍ଥାରେ ସୁରଜଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଆଇଏନଏସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତି ଶତ ଜଳି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହିଁ ଗତ ଶନିବାର ସୁରଜଙ୍କ ଦେହାନ୍ତ ହୋଇଛି।
ସେପଟେ ପୁଲିସ ୩ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ପୁଅ ମୃତ୍ୟୁକୁ ନେଇ ସୁରଜଙ୍କ ବାପା ନ୍ୟାୟ ପାଇଁ ଗୁହାରି କରିଛନ୍ତି। ଖୁବଶୀଘ୍ର ତାଙ୍କୁ ପୁଅ ହତ୍ୟାକାରୀଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।
The post ଯବାନଙ୍କୁ ଜିଅନ୍ତା ଜାଳିଦେଲେ appeared first on Odisha Reporter.
from Odisha Reporter https://ift.tt/2YT3o4Q
No comments:
Post a Comment