ଉପାସନାଙ୍କ ବିବାହରେ ବଲିଉଡ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

ଉପାସନାଙ୍କ ବିବାହରେ ବଲିଉଡ ଅଭିନେତ୍ରୀ

ଯୋଧପୁର: ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଏକମାତ୍ର ଝିଅ ଉପାସନାଙ୍କ ବିବାହରେ ସାମିଲ ହେଲେ ବଲିଉଡ ଅଭିନେତ୍ରୀ। ତାଙ୍କ ବିବାହରେ ବରଯାତ୍ରୀ ସାଜି ଧୁମ ନାଚିଲେ ମଲଙ୍ଗ ଅଭିନେତ୍ରୀ ଦିଶା ପଟାନୀ। ତାଙ୍କର କିଛି ଫଟୋ ଏବଂ ଭିଡିଓକୁ ସେ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଉପାସନାଙ୍କ ବିବାହରେ ଅଭିନେତ୍ରୀ ଦିଶା

ନିକଟରେ ହାତକୁ ଦି’ ହାତ ହୋଇଛନ୍ତି ଉପାସନା ମହାପାତ୍ର। ରାଜସ୍ଥାନ ଯୋଧପୁରର ଏକ ପ୍ୟାଲେସରେ ଉପାସନା ଏବଂ ମୁମ୍ବାଇର ଶିଳ୍ପପତି ଶୁଭ୍ରାଂଶୁ ଶେଖର ବିଶ୍ୱାଳଙ୍କ ବିବାହ ସମ୍ପନ୍ନ ହୋଇଛି। ତେବେ ଏହି ବିବାହରେ ନାମାଦାମୀ ରାଜନେତାଙ୍କ ସମେତ ବଲିଉଡ ଅଭିନେତ୍ରୀ ମଧ୍ୟ ସାମିଲ ହୋଇଥିଲେ। ବିବାହର ମୁଖ୍ୟ ଆକର୍ଷଣ ପାଲଟିଥିଲେ ଅଭିନେତ୍ରୀ ଦିଶା ପଟାନୀ। ସେ ବରଯାତ୍ରୀ ସାଜିଥିଲେ। କେବଳ ବିବାହ ନୁହେଁ ବିବାହ ପୂର୍ବରୁ ହୋଇଥିବା ଅନ୍ୟ ସେରିମୋନୀରେ ମଧ୍ୟ ଦିଶା ସାମିଲ ହୋଇଥିବା ଦେଖିବାକୁ ମିଳିଛି। ପ୍ରକୃତରେ ଦିଶା ହେଉଛନ୍ତି ଉପାସନାଙ୍କ ସ୍ୱାମୀ ଶୁଭ୍ରାଂସୁଙ୍କ ଜଣେ ଭଲ ବନ୍ଧୁ।

ଉପାସନା ଏବଂ ଶୁଭ୍ରାଂସୁଙ୍କ ବିବାହରେ ଦିଶା ଏକ ପିଙ୍କ କଲରର ଲେହଙ୍ଗା ପିନ୍ଧିଥିଲେ। ତାଙ୍କ ୱେଡିଂ ପାର୍ଟି ଲୁକ ଏବଂ ଡ୍ରେସିଂ ଷ୍ଟାଇଲ ଦେଖି ସମସ୍ତେ ମତୁଆଲା ହୋଇଛନ୍ତି। ଇନଷ୍ଟାଗ୍ରାମରେ ସେ ସେଆର କରିଥିବା କିଛି ଫଟୋରେ ତାଙ୍କ ପ୍ରଶଂସକଙ୍କମାନେ ଅନେକ କମେଣ୍ଟ କରିଥିବା ବେଳେ ଲାଇକ ମଧ୍ୟ କରିଛନ୍ତି। ଏହି ଫଟୋକୁ ସେଆର କରି ଦିଶା ତାଙ୍କ ବେଷ୍ଟ ଫ୍ରେଣ୍ଡ ଏବଂ ତାଙ୍କ ପତ୍ନୀ ଉପାସନାଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖ ତଥା ଗୁରୁବାର ଦିନ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପସାନା ବିବାହ କରିଛନ୍ତି। ଏହି ବିବାହରେ ଯେଉଁ ଅତିଥିମାନେ ଯୋଗ ଦେବା ପାଇଁ ଆସିଥିଲେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସକୋଡର ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ସେମାନଙ୍କ ରହିବା, ଖାଇବା ଏବଂ ଯିବାଆସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ବିବାହରେ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିବା ଶୁଣିବାକୁ ମିଳୁଛି।

 

View this post on Instagram

 

A post shared by Voompla (@voompla)

The post ଉପାସନାଙ୍କ ବିବାହରେ ବଲିଉଡ ଅଭିନେତ୍ରୀ appeared first on Odisha Reporter.



from Odisha Reporter https://ift.tt/3avRGDM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages