କୋଲକାତା: ବିଧାନସଭାର ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପଶ୍ଚିମବଙ୍ଗରେ ରାଜନୀତିକ ହିଂସା ସେତିକି ବୃଦ୍ଧି ପାଇବାରେ ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଥିବା ପ୍ରଚାର ଭ୍ୟାନ୍କୁ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଲୋକ ଗୋଦାମରେ ପଶି ଭାଙ୍ଗି ଦେଇଛନ୍ତି।
ବିଜେପି ପକ୍ଷରୁ ଭଙ୍ଗା ଗାଡ଼ି ଗୁଡ଼ିକର ଭିଡିଓ ଜାରି କରାଯାଇଛି। ଏଥିସହ ଭ୍ୟାନ୍ ଭାଙ୍ଗିବା ପଛରେ ଶାସକ ଟିଏମସିର କର୍ମୀମାନେ ରହିଥିବା ଦଳ ଅଭିଯୋଗ କରିଛି।
ବିଜେପି କହିଛି ଯେ ନିର୍ବାଚନର ପ୍ରଚାର ପାଇଁ ଭ୍ୟାନ୍ ଗୁଡ଼ିକୁ କଡ଼ାପରା ସ୍ଥିତ ଗୋଦାମ ଘରେ ରଖା ଯାଇଥିଲା। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଟିଏମସି ଗୁଣ୍ଡାମାନେ ଗୋଦାମ ଘର ଭାଙ୍ଗି ପ୍ରବେଶ କରିଥିଲେ। ଏହାପରେ ସେମାନେ ଗାଡ଼ିଗୁଡ଼ିକ ଉପରେ ଆକ୍ରମଣ କରି ଏହାକୁ ଭାଙ୍ଗି ଦେଇଛନ୍ତି।
ସେମାନେ କେବଳ ଗାଡ଼ି ଗୁଡ଼ିକ ଭାଙ୍ଗି ନଥିଲେ ବରଂ ଏଠାରେ ଥିବା ମୂଲ୍ୟବାନ ଜିନିଷ ଗୁଡ଼ିକ ମଧ୍ୟ ଚୋରି କରି ନେଇଛନ୍ତି। ଏ ସମ୍ପର୍କରେ ପୂର୍ବ ମଞ୍ଚିକଟଲାର ବିଜେପି ମଣ୍ଡଳ ସଭାପତି ପ୍ରମୋଦ ଚୌଧୁରୀ ପୁଲିସ୍ରେ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି।
आज ही चुनाव आयोग ने बंगाल चुनाव तिथि की घोषणा की और तृणमूल कांग्रेस के गुंडो ने बिना डर के रात 11 बजे भाजपा के काड़पारा (कोलकाता) गोडाउन्न में घुसकर LED गाड़ियाँ फोड़ी और LED भी खोलकर ले गए |
शायद गुंडो ने चुनाव आयोग को चुनोती दी है । @AmitShah pic.twitter.com/Vr3a5gw7KB
— Kailash Vijayvargiya (@KailashOnline) February 26, 2021
ତେବେ କୋଲକାତା ପୁଲିସ୍ ଏଯାଏ ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ମଙ୍ଗ ସମ୍ଭାଳିଥିବା ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ମଧ୍ୟ ଗୋଟିଏ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ କିଛି ଲୋକଙ୍କ ଗୋଦାମ ଘରେ ପଶିବା ସହ ଗାଡ଼ି ଗୁଡ଼ିକ ଭାଙ୍ଗୁଥିବା ଦୃଶ୍ୟ ରହିଛି।
ବିଜୟଭର୍ଗିୟା ଭିଡିଓ ପୋଷ୍ଟ କରି ଲେଖିଛନ୍ତି, “ବିନା କୌଣସି ଶଙ୍କାରେ ଟିଏମସିର ଗୁଣ୍ଡାମାନେ ବିଜେପିର କଡ଼ାପରା ଗୋଦାମରେ ପ୍ରବେଶ କରିଥିଲେ। ସେମାନେ ଏଲଇଡି କାର୍ ଗୁଡ଼ିକ ଭାଙ୍ଗି ସହ ଏହା ମଧ୍ୟରୁ ଏଲଇଡି ଗୁଡ଼ିକ ଖୋଲି ନେଇଯାଇଛନ୍ତି। ବୋଧ ହୁଏ ଏହି ଗୁଣ୍ଡାମାନେ ନିର୍ବାଚନ କମିଶଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।”
ବିଜେପିର ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ସମାନ ଭିଡିଓ ପୋଷ୍ଟ କରି ଟିଏମସିକୁ ଟାର୍ଗେଟ କରିଛନ୍ତି। ଟିଏସିର ଗୁଣ୍ଡାମାନେ ବିଜେପି ରଥକୁ ଭାଙ୍ଗିବା ସହ ଏଲଇଡି ଚୋରି କରି ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି।
বিজেপির গোডাউনে হামলা তৃণমূলী গুণ্ডাবাহিনীর! #LokkhoSonarBangla অভিযানের ট্যাবলোর এলইডি এবং ট্যাবলো ভাঙলো তৃণমূলী হার্মাদরা। বিজেপিকে কিসের এতো ভয় পিসি?
নির্বাচন দিন ঘোষণার সাথে সাথেই হিংসার রাজনীতি শুরু তৃণমূলের! pic.twitter.com/yMiYnQLq0C
— BJP Bengal (@BJP4Bengal) February 26, 2021
The post ବିଜେପିର ପ୍ରଚାର ଗାଡ଼ି ଭାଙ୍ଗିଲା କିଏ? ଦଳ ଆଣିଲା ଏମିତି ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3aZXfKR
No comments:
Post a Comment