ପ୍ଲାଷ୍ଟିକ ଓ ନେଲ ପଲିଶ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

ପ୍ଲାଷ୍ଟିକ ଓ ନେଲ ପଲିଶ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ପ୍ରତାପ ନଗରରେ ଥିବା ଗୋଟିଏ ପ୍ଲାଷ୍ଟିକ ଓ ନେଲ ପଲିଶ କାରଖାନାରେ ଆଜି ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏକଧିକ ଲୋକ ଫ୍ୟାକ୍ଟ୍ରୀ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି। ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ୨୮ଟି ଦମକାଳ ବାହିନୀ ନିୟୋଜିତ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ଭୋର ୩.୪୭ରେ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଥିବା ଖବର ମିଳିଥିଲା। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ବେଳେ ବିଲଡିଂର ପ୍ରଥମ ମହଲାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ଫ୍ୟାକ୍ଟ୍ରୀ ମଧ୍ୟରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହାପରେ ପୂରା ଫ୍ୟାକ୍ଟ୍ରୀରେ ନିଆଁ ଲାଗି ଯାଇଥିଲା। ଏହା ମଧ୍ୟରେ ବିପୁଳ ପରିମାଣର ପ୍ଲାଷ୍ଟିକ ଓ ନେଲ ପଲିଶ ତିଆରି ପାଇଁ କେମିକାଲ ଥିବାରୁ ଆଖି ପିଛୁଳାକେ ନିଆଁ ବିଭିନ୍ନ ସ୍ଥାନକୁ ବ୍ୟାପି ଯାଇଥିଲା।

ଏବେ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।

The post ପ୍ଲାଷ୍ଟିକ ଓ ନେଲ ପଲିଶ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ appeared first on Odisha Reporter.



from Odisha Reporter https://ift.tt/2NCWDCa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages