ଖୋଲିବ ପ୍ରଥମରୁ ଅଷ୍ଟମ, କ’ଣ କହିଲେ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

ଖୋଲିବ ପ୍ରଥମରୁ ଅଷ୍ଟମ, କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ମାସ ପରେ ମହାମାରୀ କରୋନା କୋପ କମିବାକୁ ଲାଗିଥିବା ବେଳେ ଟିକା ଆସିବା ପରଠୁ ଏହାକୁ ନେଇ ଭୟ ଦୂର ହେବାରେ ଲାଗିଛି। ଫଳରେ ଦୀର୍ଘ ମାସ ଧରି ଠପ୍‌ ହୋଇଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ଫୁଲ୍‌ ଦମ୍‌ରେ ଚାଲିଛି ପ୍ରୟାସ।

ଏହା ମଧ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜଠାରୁ ଆରମ୍ଭ କରି ଦଶମ, ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବା ବେଳେ ଅଙ୍ଗନବାଡି ପିଲା ବି କେନ୍ଦ୍ର ମୁହାଁ ହେଲେଣି। ଏହାପରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା ଦେଖାଦେଇଛି। ତେବେ କେବେଠୁ ଆରମ୍ଭ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ SOP ପ୍ରସ୍ତୁତ କରାଯାଉଛି। ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ SRC ମାର୍ଗଦର୍ଶିକା ଜାରି କରିଛନ୍ତି। ଅଙ୍ଗନବାଡ଼ି ଯେହେତୁ ଖୋଲି ସାରିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟ ଖୁବ୍‌ ଶୀଘ୍ର ଖୋଲାଯିବ। ତେବେ କେବେ ଖୋଲିବ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ମନ୍ତ୍ରୀ।

The post ଖୋଲିବ ପ୍ରଥମରୁ ଅଷ୍ଟମ, କ’ଣ କହିଲେ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2LphkQJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages