ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଖା’ନ୍ତୁ ଏହି ସବୁ ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଖା’ନ୍ତୁ ଏହି ସବୁ ଖାଦ୍ୟ

ପୁଷ୍ଟିକର ଖାଦ୍ୟ ଏବଂ ଉତ୍ତମ ଜୀବନଶୈଳୀ ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରଣ କରିହେବ। ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ପୋଟାସିଅମର ଭୂମିକା ବେଶ୍‌ ମହତ୍ତ୍ୱପୂର୍ଣ୍ଣ।  ଏଥିରେ ଥିବା ମାଇକ୍ରୋନ୍ୟୁଟ୍ରିଏଣ୍ଟ ଶରୀରରେ ସୋଡିୟମର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ରକ୍ତ କଣିକା ଉପରେ ମଧ୍ୟ ଏହାର ସକରାତ୍ମକ ପ୍ରଭାବ ପଡିଥାଏ, ଯେଉଁ କାରଣରୁ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ । ପୋଟାସିୟମ୍ ଯୁକ୍ତ ଖାଦ୍ୟ ଚିନ୍ତା ଏବଂ ଚାପରୁ ମୁକ୍ତି ଦେଇଥାଏ । ଆମର ରକ୍ତଚାପ ଉପରେ ଆମ ଖାଦ୍ୟର ସିଧାସଳଖ ପ୍ରଭାବ ପଡିଥାଏ । ତେବେ ଯଦି ଆପଣ ମଧ୍ୟ ହାଇ ବ୍ଲଡ ପ୍ରେସରର ଶିକାର ହୋଇଥା’ନ୍ତି ତେବେ ନିଜ ଦୈନନ୍ଦିନ ଖାଦ୍ୟ ପଦାର୍ଥରେ ପୋଟାସିଆମ୍‌ରେ ଭରପୁର ଥିବା ଖାଦ୍ୟକୁ ସାମିଲ କରନ୍ତୁ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ପୋଟାସିଅମ ଯୁକ୍ତ ଖାଦ୍ୟକୁ ଡାଏଟ୍‌ରେ ସାମିଲ କରିବା ଉଚିତ।

କଦଳୀ: କଦଳୀ ହେଉଛି ଏକ ସାଧାରଣ ଫଳ, ଯାହାକୁ ଆପଣ ବର୍ଷସାରା ସହଜରେ ପାଇପାରିବେ। ଏହା ପୋଟାସିୟମର ଏକ ଉତ୍ତମ ଉତ୍ସ। କଦଳୀ ହଜମ ଶକ୍ତିକୁ ବଢ଼ାଇଥାଏ। ଏଥିରେ ଭିଟାମିନ୍ ସି ରହିଛି । ଏହା ଏକ ସୁସ୍ଥ ଖାଦ୍ୟ, ଯାହା ଆପଣଙ୍କୁ ଭୋକ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । କଦଳୀରେ ଫାଇବର ମଧ୍ୟ ରହିଥାଏ ଯାହା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିବାକୁ ଦିଏ ନାହିଁ। ଏଥିରେ ପୋଟାସିଅମର ମାତ୍ରା ମଧ୍ୟ ଭରପୁର ରହିଛି, ଯାହାକୁ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ରହେ।

ପତ୍ର ଯୁକ୍ତ ଖାଦ୍ୟ ତଥା ଶାଗ: ଶାଗ ତଥା ପତ୍ରଯୁକ୍ତ ଆହାର ଦୈନନ୍ଦିନ ଖାଦ୍ୟର ଏକ ଅତ୍ୟାବଶ୍ୟକ ଅଂଶ ହେବା ଉଚିତ। ନିଜ ଆହରକୁ ପର୍ଯ୍ୟାପ୍ତ ପୋଷକ ତତ୍ତ୍ୱରେ ସାମିଲ କରିବା ପାଇଁ ନିୟମିତ ରୂପେ ପତ୍ରଯୁକ୍ତ ଖାଦ୍ୟ ତଥା ଶାଗ ଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି। ଶାଗ ତଥା ପତ୍ରଯୁକ୍ତ ଖାଦ୍ୟରେ ପୋଟାସିଅମ ଭରପୁରା ମାତ୍ରାରେ ରହିଛି । ବିଶେଷକରି ପାଳଙ୍ଗକୁ ଡାଏଟରେ ସାମିଲ କରିବା ଉଚିତ ବୋଲି ଅନେକ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି।

ଦହି: ଦହି କ୍ୟାଲସିୟମ ଏବଂ ପୋଟାସିୟମର ଏକ ଉତ୍ତମ ଉତ୍ସ । ଏହା ଆପଣଙ୍କ ଅନ୍ତନଳୀକୁ ସୁସ୍ଥ ରଖିଥାଏ।  ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଦହି ଏକ ଭଲ ଖାଦ୍ୟ। ବଜାରରେ ମିଳୁଥିବା ଦହି ତଥା ମିଠା ଦହି ଅପେକ୍ଷା ଘରେ ପ୍ରସ୍ତୁତ କରି ଦହି ଖାଇବା ଉଚିତ।

ତରଭୁଜ: ଗ୍ରୀଷ୍ମ ଦିନ ପାଇଁ ତରଭୁଜ ଏକ ଚମତ୍କାର ଫଳ। ଏଥିରେ ପାଣି ଭରପୁର ମାତ୍ରାରେ ଥାଏ। ଏଥିରେ ପୋଟାସିଅମ ମଧ୍ୟ ରହିଛି , ଯାହା ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୁଏ। ତରଭୁଜରେ ଲାଇକୋପିନ, ଭିଟାମିନ-ସି, ଭିଟାମିନ-ଏ, ପୋଟାସିଅମ, ଆମିନୋ ଏସିଡ, ଆଣ୍ଟିଅକ୍ସିଡେଣ୍ଟ ଏବଂ ସୋଡିଅମର ମାତ୍ରା ରହିଛି। ଏଥିସହ ତରଭୁରେ କ୍ୟାଲୋରୀର ମାତ୍ରା ଖୁବ କମ ରହିଛି। ତେଣୁ ରକ୍ତଚାପ ଥିବା ବ୍ୟକ୍ତି ତଥା ଓଜନ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ବ୍ୟକ୍ତି ଏହାକୁ ନିଜ ଦୈନନ୍ଦିନ ଡାଏଟରେ ସାମିଲ କରିପାରିବେ।

The post ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଖା’ନ୍ତୁ ଏହି ସବୁ ଖାଦ୍ୟ appeared first on Odisha Reporter.



from Odisha Reporter https://ift.tt/2YRrmNC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages