ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଘାରିଲାଣି କରୋନା ଡର। ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ଲ୍କଡାନ୍ ଫେରିଲାଣି। ରାଜ୍ୟରେ କୋଭିଡ୍ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇ ସାରିଲେଣି। ଏପରି ସ୍ଥିତିରେ ସ୍କୁଲ ଖୋଲି ସାରିଥିବା ବେଳେ କରୋନା ଯେପରି ନବ୍ୟାପେ ସେଥିନିମନ୍ତେ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଲେ । SRC ଜାରି କରିଥିବା ଗାଇଡଲାଇନ୍ ପାଳନ ପାଇଁ ଗଶଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲମାନଙ୍କରେ ସାନିଟେସନ କାର୍ଯ୍ୟ କରାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । ସେହିପରି କୋଭିଡ-୧୯ ନିରାପତ୍ତା ମାନିବା ପାଇଁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବାଧ୍ୟତାମୁଳକ କରାଯାଇଛି । ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି ।
ସେହିପରି ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । କଟକଣା ନ ମାନିଲେ ଗାଇଡଲାଇନ୍ ଅନୁସାରେ ଦଣ୍ଡିତ ହେବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ ରାଜ୍ୟରେ କୋଭିଡ୍ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ ସବୁ ଜିଲ୍ଲାପାଳ, ଏସ୍ପି ଏବଂ ମହାନଗର ନିଗମ କମିଶନରଙ୍କୁ ଗତକାଲି ଚିଠି ଲେଖିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇ କଡ଼ାକଡ଼ି ଭାବେ ପାଳନ କରିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କରୋନା ସଂପର୍କରେ ସଚେତନ କରାଇଇବାକୁ ମାଇକ ଯୋଗେ ପ୍ରଚାର କରିବାକୁ ମଧ୍ୟ କୁହାଯାଇଛି । ସେହିପରି କରୋନା ଗାଇଡଲାଇନ ପାଳନ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ କୁହାଯାଇଛି । ବହୁ ଲୋକଙ୍କ ସମାଗମକୁ ଯଥାସମ୍ଭବ ଏଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ‘ସ୍କୁଲରେ କଡ଼ାକଡ଼ି ପାଳନ କର କରୋନା କଟକଣା, ନଚେତ ମିଳିବ ଦଣ୍ଡ’ appeared first on Odisha Reporter.
from Odisha Reporter https://ift.tt/3aFShTm
No comments:
Post a Comment