ଡକାୟତି ଉଦ୍ୟମ କରୁଥିଲେ ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ଡକାୟତି ଉଦ୍ୟମ କରୁଥିଲେ ବନ୍ଧା ହେଲେ

ଖୋର୍ଦ୍ଧା (ବଳରାମ ଦାସ): ପଣ୍ଡ ହେଲା ଡାକୟତି ଉଦ୍ୟମ। ବନ୍ଧା ହେଲେ ୪ ଡକାୟତ। ଖୋର୍ଦ୍ଧା ଜିଲ୍ଲା ଧଉଳୀମୁହଁ ରେଲୱେ ଲେବଲ କ୍ରସିଂ ନିକଟରେ ଡକାୟତି ଉଦ୍ୟମ କରିବା ବେଳେ ୪ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଡକାୟତମାନେ ହେଲେ ଖୋର୍ଦ୍ଧା ଦୋଉଳଟାଙ୍ଗିର ସୁନିଲ ପ୍ରଧାନ, ଜଟଣୀର ଅନିଲ ସାହୁ, ଦଳେଇପୁଟର ଶୁଭେନ୍ଦୁ ସାମନ୍ତରାୟ ଓ ବାରଘରପାଟଣାର ଶିବ ସୁନ୍ଦର ଦାଶ। ଏହି ଡକାୟତମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି ।

ପୁଲିସ ସୂଚନା ମୁତାବକ, ଜାତୀୟ ରାଜପଥରେ ଡାକୟତି କରିବା ପାଇଁ ଏହି ୪ଜଣ ଯୋଜନା କରୁଥିଲେ। ତେବେ ଖବର ପାଇ ପୁଲିସ ଚଢ଼ାଉ କରି ଏହି ୪ ଡକାୟତଙ୍କୁ ଗିରଫ କରିଛି। ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ଜଣଙ୍କ ଘରେ ପଶି ଡକାୟତି, ଜଙ୍କିଆ ଅଞ୍ଚଳରେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍ ଘଟଣାରେ ମଧ୍ୟ ଏମାନଙ୍କ ସଂପୃକ୍ତି ଥିବା ପୁଲିସ କହିଛି। ଡକାୟତ ମାନଙ୍କ ଠାରୁ ପୋଲିସ ୮ଟି ବୋମା, ୪ଟି ବାଇକ, ଲଙ୍କାଗୁଣ୍ଡ ସହ ୨୧ ହଜାର ନଗଦ ଟଙ୍କା ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

The post ଡକାୟତି ଉଦ୍ୟମ କରୁଥିଲେ ବନ୍ଧା ହେଲେ appeared first on Odisha Reporter.



from Odisha Reporter https://ift.tt/2ZEolAQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages