ଟନେଲ ଭିତରୁ ବାହାରିଲା ଆଉ ୫ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 20, 2021

ଟନେଲ ଭିତରୁ ବାହାରିଲା ଆଉ ୫ ମୃତଦେହ

ଡେରାଡୁନ: ତପୋବନର ଜଳଭଣ୍ଡାର ଭଗ୍ନାବଶେଷ ତଳୁ ବାହାରିଲା ଆଉ ୫ ମୃତଦେହ। ଏନେଇ ଉତ୍ତରାଖଣ୍ଡ ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛି। ଶନିବାର ଦିନ ତପୋବନର ପରିଯୋଜନା ବ୍ୟାରେଜ ନିକଟ ଆବର୍ଜନା ଟ୍ୟାଙ୍କ ଭିତରୁ ଏହି ମୃତଦେହଗୁଡିକୁ ଏସଡିଆରଏଫ ଯବାନମାନେ ଉଦ୍ଧାର କରିଛନ୍ତି। ଫଲରେ ଏହାକୁ ମିଶାଇ ଗତ ୭ ତାରିଖରେ ହୋଇଥିବା ହିମସ୍ଖଳନ ଓ ପରେ ଜଳପ୍ରଳୟ ଯୋଗଁ ହୋଇଥିବା ମୃତ୍ୟୁ ସଂଖ୍ୟା ୬୭ରେ ପହଁଚିଛି।

ସେପଟେ ଚମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀରେ ଗୋଟିଏ ମାପଦଣ୍ଡ ବସାଇବା ଲାଗି ଏନଡିଆରଏଫ୍ କର୍ମଚାରୀମାନ ପାହାଡ ଉପରକୁ ଯାଇଛନ୍ତି। ଏନ୍‌ଡିଆର୍‌ଏଫ୍‌ର ଡେପୁଟି କମାଣ୍ଡାଣ୍ଟ କହିଛନ୍ତି, ନଦୀରେ ଜଳପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଏହାର ଗଭୀରତା ଏବଂ ଜଳସ୍ତର ମାପିବା ଲାଗି ଆମେ ଗୋଟାଏ ମାପଦଣ୍ଡ ବସାଉଛୁ। ଅନ୍ୟପଟେ ଚମୋଲିର ଉଚ୍ଚଭାଗରେ ସୃଷ୍ଟି ହୋଇଥିବା ହ୍ରଦର ସର୍ବେକ୍ଷଣ ପରେ ଆଇଟିବିପି ଏବଂ ଡିଆର୍‌ଡିଓ ଟିମ୍‌ ଯୋଶୀମଠକୁ ଫେରି ଆସିଛନ୍ତି।

ଟନେଲ ମଧ୍ୟରେ ବିପୁଳ ପରିମାଣରର ଭଙ୍ଗାରୁଜା ଅଶଂ ଏବଂ କଦୁଅ ଜମି ରହିଥିବାରୁ ଉଦ୍ଧାର ଅଭିଯାନ ଆହୁରି ଅନେକ ଦିନ ଧରି ଚାଲିପାରେ। ଜରୁରୀ ପରିସ୍ଥିତ ବେଳେ ସତର୍କ ସୂଚନା ପାଇଁ ରେନି ଗାଁରେ ଏକ ୱାଟର ସେନ୍ସର ୱାର୍ଣ୍ଣିଂ ସିଷ୍ଟମ ଲଗାଯାଇଥିବା ନେଇ ଏସ୍‌ଡିଆର୍‌ଏଫ୍‌ କହିଛି।

ସୂଚନା ଯୋଗ୍ୟ ଯେ, ଗତ ୭ ତରିଖରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ତପୋବଦ-ରେନି ଅଞ୍ଚଳରେ ହିମସ୍ଖଳନ ହୋଇଥିଲା। ବିରାଟ ବଡ ବରଫଖଣ୍ଡ ଧସିଯିବା ଧଉଳିଗଙ୍ଗା ଏବଂ ଅଳକାନନ୍ଦା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା। ଫଳରେ ରେନି ଗାଁର ଅଧିକାଂଶ ଘରଦ୍ୱାର ନଷ୍ଟ ହେବା ସହ ଋଷିଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନଷ୍ଟ ହୋଇଯାଇଥିଲା। ସେପଟେ ପାଣି ମାଡରେ ଜଳ ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ଶତାଧିକ ଶ୍ରମିକ ଭାସି ଯାଇଥିଲେ।

ବର୍ତ୍ତମାନ ଏହି ଜଳ ପ୍ରଳୟ ଯୋଗୁଁ ମୋଟ ୬୭ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ଆହୁରି ୧୩୭ ଜଣ ନିଖୋଜ ଅଛନ୍ତି। ଏସଡିଆରଏଫ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

The post ଟନେଲ ଭିତରୁ ବାହାରିଲା ଆଉ ୫ ମୃତଦେହ appeared first on Odisha Reporter.



from Odisha Reporter https://ift.tt/2Zxz2oE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages