ମିସକଲ୍ ପରେ ପୁଣି ଜଲେଶପଟା ସ୍ୱାମୀଜୀଙ୍କୁ ହତ୍ୟା ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 20, 2021

ମିସକଲ୍ ପରେ ପୁଣି ଜଲେଶପଟା ସ୍ୱାମୀଜୀଙ୍କୁ ହତ୍ୟା ଧମକ

ବାଲିଗୁଡା (ଅଜିତ ନାଏକ): କନ୍ଧମାଳ ଜିଲ୍ଲା ଜଲେଶପଟା କନ୍ୟାଶ୍ରମ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀଙ୍କ ପାଖକୁ ପୁଣି ଥରେ ଆସିଛି ଧମକ ପୂର୍ଣ୍ଣ ଫୋନ୍‌ କଲ। ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ସ୍ୱାମୀଜୀଙ୍କୁ ହତ୍ୟା ଧମକ ଦେବା ସହିତ କନ୍ୟାଶ୍ରମ ଉଡାଇ ଦେବାକୁ ଧମକ ଦେଇଛି। ଏପରି ଧମକପୂର୍ଣ୍ଣ ଫୋନ୍‌ ମିଳିବା ପରେ ଆଶ୍ରମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆଜି ସକାଳ ୯ଟା ସମୟରେ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କ ପାଖକୁ ଏକ ମିସକଲ କଲ ଆସିଥିଲା। ଏ ସମ୍ପର୍କରେ ସ୍ୱାମୀଜୀ ସୁରକ୍ଷାକର୍ମୀଙ୍କୁ କହିଥିଲେ। ପରେ ସୁରକ୍ଷା କର୍ମୀମାନେ ସେହି ନମ୍ବରରେ ଫୋନ କରିଥିଲେ। ଫୋନ ରିସିଭି କରିବା ପରେ ସେପଟୁ ସ୍ୱାମୀଜୀଙ୍କୁ ଜୀବନୀରୁ ମାରି ଦେବାକୁ ଧମକ ଦିଆଯାଇଥିଲା।

ଶନିବାର ସନ୍ଧ୍ୟା ବେଳେ ମଧ୍ୟ ସ୍ୱାମୀଜୀଙ୍କୁ ହତ୍ୟା ସହିତ କନ୍ୟାଶ୍ରମ ଉଡାଇ ଦେବାକୁ ଧମକପୂର୍ଣ୍ଣ ଫୋନ୍‌ କଲ ଆସିଥିଲା।  ଏନେଇ ସ୍ୱାମୀଜୀ ତୁମୁଡିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଶ୍ରମ ପାଖରେ ପୁଲିସ ମୁତୟନ ହୋଇଛନ୍ତି। ଆଖାପାଖ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ବୋଲି ପୁଲିସ କହିଛି।

ଏହି ଘଟଣାପରେ ଆଜି ରାଜ୍ୟର ବିଜେପିର ଏକ ୭ଜଣିଆ ଟିମ ଜଲେଶପଟା ଗସ୍ତରେ ଯାଉଛନ୍ତି। ଏହି ଟିମରେ ୨ଜଣ ବିଧାୟକ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ ଅଛନ୍ତି। ସେହିପରି ସୁରମା ପାଢ଼ୀ, ବିରଞ୍ଜି ତ୍ରିପାଠୀ, ସତ୍ୟବ୍ରତ ପଣ୍ଡା, ଶିଶିର ମିଶ୍ର, କରେନ୍ଦ୍ର ମାଝୀ ପ୍ରମୁଖ ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୮ରେ କନ୍ୟାଶ୍ରମ ପ୍ରତିଷ୍ଠାତା ଲକ୍ଷ୍ମଣାନନ୍ଦ ସରସ୍ୱାତୀଙ୍କୁ ହତ୍ୟା କରାଯାଇଥିଲା। ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ ସମୟରେ ଆଶ୍ରମରେ ସ୍ୱାମୀଜୀଙ୍କୁ ହତ୍ୟା କରାଯାଇଥିଲା। ସେ ଦିନ ଥିଲା ଜନ୍ମାଷ୍ଟମୀ। ଆଶ୍ରମରେ ସ୍ୱାମୀଜୀଙ୍କ ସହ ତାଙ୍କର ୪ ଜଣ ସହଯୋଗୀ ଥିଲେ। ଅଚାନକ ୩୦ରୁ ୪୦ ଜଣ ସଶସ୍ତ୍ର ମୁଖା ପିନ୍ଧା ଦୁର୍ଦ୍ଦାନ୍ତ ଆସି ୮୪ ବର୍ଷୀୟ ସ୍ୱାମୀଜୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଗୁଳି କରି ହତ୍ୟା କରିଥିଲେ। ନିହତଙ୍କ ମଧ୍ୟରେ ଜଣେ ମହିଳା ସାଧୁ ମଧ୍ୟ ଥିଲେ। ଆଖିବୁଜା ଗୁଳି କରି ହତ୍ୟା କରିବା ପରେ ଅପରାଧୀମାନେ ତୀକ୍ଷ୍ମ ଅସ୍ତ୍ରରେ ମୃତଦେହଗୁଡ଼ିକୁ ବିକୃତ କରିଦେଇଥିଲେ।

The post ମିସକଲ୍ ପରେ ପୁଣି ଜଲେଶପଟା ସ୍ୱାମୀଜୀଙ୍କୁ ହତ୍ୟା ଧମକ appeared first on Odisha Reporter.



from Odisha Reporter https://ift.tt/2NPjfif

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages