ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 20, 2021

ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼

ଅନୁମତି ମିଳିବା ଏକଦମ୍ ଅସମ୍ଭବ ଥିଲା ତ ଘରୁ ଲୁଚି କରି ଚାଲି ଆସିଥିଲେ ଗାଁରେ ପଡ଼ିଥିବା ଯାତ୍ରା ପାର୍ଟିର ଗାଡ଼ିରେ। ଆସିବାବେଳେ ନିଜ ସହ ଆଣିଥିଲେ ପିନ୍ଧିଥିବା ଗୋଟିଏ ମାତ୍ର ଫ୍ରକ୍। ଏହାରି ଭିତରେ ବାଇଶ ବର୍ଷ ବିତିଗଲାଣି। ଆଉ କୁନି ଝିଅଟିଏରୁ ପ୍ରଭାସିନୀ ପାଣିଗ୍ରାହୀ ଓରଫ୍ ମାମା ବନି ଗଲେଣି ଯଲିଉଡର ଚୁଲବୁଲି ଅଭିନେତ୍ରୀ।   

ଭଦ୍ରକ ବାସୁଦେବପୁର ବ୍ଲକ୍ ବ୍ରହ୍ମଗାଁ ବୈକୁଣ୍ଠପୁରର ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ବଡ଼ ଝିଅ ମାମାଙ୍କ ପାଇଁ ସଂଘର୍ଷ ଆରମ୍ଭ ହୋଇଛି ଶୈଶବରୁ। ଘରର ଆର୍ଥିକ ଦୁରବସ୍ଥା ଚାଙ୍କୁ ରୋଜଗାରମନସ୍କ କରିଥିଲା ଛୁଆ ବେଳୁ। ଗାଁରେ ପଡ଼ିଥିଲା ଯାତ୍ରା ପାର୍ଟି। ଆଉ ମାମାଙ୍କ କୋମଳ ମନକୁ ଟାଣି ନେଇଥିଲା ମଞ୍ଚର ଚିକମିକ୍ ରଙ୍ଗିନ୍ ଆଲୋକ।

ନିଜ ଆଡ଼ୁ ପରିଚାଳକଙ୍କୁ ଯାତ୍ରା ପାର୍ଟିରେ କାମ କରିବାର ପ୍ରସ୍ତାବ ଦେଲାବେଳକୁ ତାଙ୍କୁ ହୋଇଥିଲା ମାତ୍ର ନଅ ବର୍ଷ। କାହାକୁ କିଛି ନଜଣାଇ ଯାତ୍ରା ପାର୍ଟିରେ ଗାଡ଼ିରେ ଚାଲି ଆସିଲେ ଆଉ ଆଖଡ଼ା ଶାଳ ପାଲଟି ଯାଇଥିଲା ମାମାଙ୍କ ନୂଆ ଠିକଣା। ପ୍ରଥମେ ଛୋଟ କଳାକାର ଆଉ ପରେ ଡ୍ୟାନ୍ସରୁ ଆରମ୍ଭ ହେଲା ତାଙ୍କ ଯଲିଉଡ୍ କ୍ୟାରିଅର୍।

ବିନା ଗଡ୍ ଫାଦରରେ କେବଳ ସଂଘର୍ଷ ଆଉ ସଂଘର୍ଷ କରି ମାମା ଯାତ୍ରା ଦୁନିଆରେ ଆଗକୁ ବଢ଼ିଛନ୍ତି। ଇଣ୍ଡଷ୍ଟ୍ରୀର ନିର୍ଭରଯୋଗ୍ୟ ଅଭିନେତ୍ରୀ ଅବା ସଫଳ ନାୟିକା ହେବାକୁ ତାଙ୍କ ଆଖିରେ ଥିଲା ଆଖିଏ ସ୍ୱପ୍ନ। ଏ ସ୍ୱପ୍ନକୁ ଧରିବାର ବିଧିବଦ୍ଧ ରାସ୍ତା ଦେଇଥିଲା ଇଷ୍ଟର୍ଣ୍ଣ  ରେଡ୍ ।

‘ସବୁ ସହର ଶ୍ୱଶୁର ଘର’ ନାଟକରେ ମୁଖ୍ୟ ଚରିତ୍ରରେ ଅଭିନୟର ସୁଯୋଗ ମିଳିବା ପରେ ଆଉ ପଛକୁ ଫେରି ଚାହିଁବାର ମୁଡ୍‌ରେ ନଥିଲେ ମାମା।

ପ୍ରଥମ କରି ଇଷ୍ଟର୍ଣ୍ଣ  ରେଡ୍‌ରେ ତାଙ୍କୁ ମିଳିଲା ପାର୍ଶ୍ୱ ନାୟିକାର ଚ୍ୟାଲେଞ୍ଜିଂ ରୋଲ୍। ନାଟକର ନାଁ ଥିଲା ‘ମୁଁ ତୋ’ର କଅଣ ହେବି’। ବହି ହିଟ୍ ହେଲା ଓ ଇଣ୍ଡଷ୍ଟ୍ରୀରେ ମାମାଙ୍କ ଜଲୱାର ଚର୍ଚ୍ଚା ବି ଜୋର୍ ଧରିଲା।

ପରବର୍ଷ ମାମା ଆସିଲେ ‘ଓଁ ଶ୍ରୀ ଗଣନାଟ୍ୟ’କୁ।  ‘ସବୁ ସହର ଶ୍ୱଶୁର ଘର’ ନାଟକରେ ମୁଖ୍ୟ ଚରିତ୍ରରେ ଅଭିନୟର ସୁଯୋଗ ମିଳିବା ପରେ ଆଉ ପଛକୁ ଫେରି ଚାହିଁବାର ମୁଡ୍‌ରେ ନଥିଲେ ମାମା। କେବେ ଚୁଲବୁଲି ନାୟିକା ସାଜି ଦର୍ଶକଙ୍କୁ ମତୁଆଲା କରିଛନ୍ତି ତ ଆଉ କେବେ ପାର୍ଶ୍ୱ ନାୟିକାର ପ୍ୟାଥେଟିକ୍ କ୍ୟାରେକ୍ଟରରେ ଲୁହରେ ଭିଜାଇଛନ୍ତି। ପୁଣି କେବେ ପ୍ରତିଶୋଧପରାୟଣ ଖଳନାୟିକାର ଭୂମିକାରେ ଭରିଛନ୍ତି ଯାବତୀୟ ରୋମାଞ୍ଚ।

‘ମୁଁ ତୋର କଅଣ ହେବି’, ‘ଅହେ ସୁଲକ୍ଷଣୀ’, ‘ବାଘ ମାମୁଁ’, ‘ସବୁ ସହର ଶ୍ୱଶୁର ଘର’, ‘ମଣିଷଖିଆ ମଣିଷ’, ‘ହେ ଈଶ୍ୱର ନମସ୍କାର’, ‘କେମିତି କହିବି କିଏ ନିଜର’, ‘ପବିତ୍ର ପାପ’, ‘ବାଦମବାଡ଼ିର ବଦମାସ ଝିଅ’, ‘ରାଜଧାନୀ ଗୋରୀ ନୁହେଁ କାହାରି’, ‘ମନେ ରଖିଛନା ଭୁଲି ଯାଇଛ’, ‘ଦୁନିଆ କହିବ କିଏ ମୋ ସ୍ୱାମୀ’, ‘ମୁଁ ମନ୍ତ୍ରୀ ପୁଅର ରକ୍ଷିତା’, ‘ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ’, ‘ଗୁପ୍ତ ସମ୍ପର୍କ’, ‘ଅଙ୍ଗନବାଡ଼ି ଦିଦି’, ‘ଭାଇ ଭଉଣୀର ନୂଆ କାହାଣୀ’, ‘ସୁନା କଣ୍ଢେଇ’, ‘ଗଲା କଥା ପାଶୋରି ଦିଅ’, ‘ମାଣିକକୁ କିଏ ମାଇଲା ମାଡ଼’, ‘କହିବାକୁ ଲାଜ ଲାଗୁଛି’ ଓ ‘ବାଜୁଥାଉ ଯେତେ ନିନ୍ଦା ନାଗରା’ ପରି ୫୦ରୁ ଅଧିକ ନାଟକରେ ଅଭିନୟ କରିଥିବା ମାମାଙ୍କୁ ତାଙ୍କ ଆଗାମୀ ଅଭିନୟ ଜୀବନ ପାଇଁ ଅଲ୍ ଦି ବେଷ୍ଟ୍।

The post ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼ appeared first on Odisha Reporter.



from Odisha Reporter https://ift.tt/2ZC0BgI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages