ଦୀପିକାଙ୍କ ମାସ୍କର ଦାମ୍‌ ୨୫ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ଦୀପିକାଙ୍କ ମାସ୍କର ଦାମ୍‌ ୨୫ ହଜାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ସୁନ୍ଦରତା ଏବଂ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ସବୁ ଅନ୍ଦାଜ ତାଙ୍କ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସେ। ସେ ବିମାନ ବନ୍ଦରର ଲୁକ୍‌ ହେଉ ଅବା ପାର୍ଟି ଲୁକ୍‌। ତାଙ୍କ ସବୁ ଆଉଟଫିଟ୍‌ ଏବଂ ଲୁକ୍‌ ପ୍ରଶଂସକଙ୍କୁ ପାଗଳ କରେ।  ତେବେ ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

ଦାମୀ ମାସ୍କରେ ଦୀପିକା

ଏଥର ଦୀପିକା ତାଙ୍କ ଦାମୀ ମାସ୍କକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନକଟରେ ମୁମ୍ବାଇରେ ବିଟାଉନର କିଛି ସେଲିବ୍ରିଟିକୁ ନେଇ ଏକ ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ ଦୀପିକା ଟପ୍‌ ଟୁ ବଟମ୍‌ ବ୍ଲାକ କଲର ଡ୍ରେସ ପିନ୍ଧିବା ସହ କଳା ରଙ୍ଗର ମାସ୍କ ପିନ୍ଧିଥିଲେ। ତେବେ ସେ ଯେଉଁ ମାସ୍କ ପିନ୍ଧିଥିଲେ ତା’ର ଦାମ ୨୫ ହଜାର ଟଙ୍କା ବୋଲି ଜଣାପଡିଛି। ଦୀପିକାଙ୍କ ଏହି ଦାମୀ ମାସ୍କୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପଦ୍ମାବତ ଫେମ ଦୀପିକା ପିନ୍ଧିଥିବା ଏହି ମାସ୍କ ଲୁଇସ୍‌ ବେଟାନ ମାସ୍କ ଅଟେ। ଦାମୀ ଜିନିଷ ପାଇଁ ଏହି କମ୍ପାନୀ ବେଶ୍‌ ଜଣାଶୁଣା।

ସୂଚନାଯୋଗ୍ୟ ଯେ, ଅପକମିଂ ଫିଲ୍ମ `୮୩’ରେ ଦୀପିକା ନଜର ଆସିବେ । ଏଥିରେ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି କପିଦ ଦେବଙ୍କ ଏହା ବାୟୋପିକ। ସେହିପରି ଶକୁନ ବତ୍ରାଙ୍କ ଫିଲ୍ମରେ ମଧ୍ୟ ଦୀପିକା ନଜର ଆସିବେ। ତେବେ ଏହି ଫିଲ୍ମର ଟାଇଟଲ କ’ଣ ରହିବ ସେ ନେଇ କିଛି ସୂଚନା ମିଳିପାରି ନାହିଁ।

The post ଦୀପିକାଙ୍କ ମାସ୍କର ଦାମ୍‌ ୨୫ ହଜାର appeared first on Odisha Reporter.



from Odisha Reporter https://ift.tt/3s2pe2n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages