ରାସ୍ତାରେ ଯାଉଥିଲା କାର୍‌, ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ରାସ୍ତାରେ ଯାଉଥିଲା କାର୍‌, ଲାଗିଗଲା ନିଆଁ

କଳାହାଣ୍ଡି(ରାଜ କୁମାର ସିଂଦେଓ): ରାସ୍ତାରେ ଜଳିଗଲା ଚଳନ୍ତା କାର୍ । ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ନିମିଷକ ମଧ୍ୟରେ କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ଅଘଟଣ ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣାରେ ଘଟିଛି ।

ଭବାନୀପାଟଣା ପ୍ରଗତୀ ମହାବିଦ୍ୟାଳୟ ସମ୍ମୁଖରେ ଯାଉଥିବା ବେଳେ କାର୍‌ରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ହଠାତ୍‌ କାର୍‌ରେ ନିଆଁ ଲାଗି ଯାଇଥିଲା।   କାର୍ ଚାଳକ ଉପସ୍ଥିତି ବୁଦ୍ଧି ଖଟାଇ ଚଳନ୍ତା ଗାଡିରୁ ଡେଇଁ ପଡ଼ି ଜୀବନ ରକ୍ଷା କରିଥିଲେ ।

ଏହାପରେ କାର୍‌ଟି ରାସ୍ତା କଡକୁ ଚାଲି ଯାଇଥିବା ବେଳେ ହୁତୁ ହୁତୁ ହୋଇ ଜଳି ଯାଇଥିଲା । ସୂଚନା ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ହେଲେ କେଉଁ କାରଣ ପାଇଁ ଏହି ଅଘଟଣ ଘଟିଲା ତାହା ଜଣାପଡ଼ିନାହିଁ ।

The post ରାସ୍ତାରେ ଯାଉଥିଲା କାର୍‌, ଲାଗିଗଲା ନିଆଁ appeared first on Odisha Reporter.



from Odisha Reporter https://ift.tt/3cIErRu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages