କୋଲକାତା: କୋଲକାତାର ଉତ୍ତର ୨୪ ପରଗାନାରେ ବିଜେପି କର୍ମୀ ଏବଂ ତାଙ୍କ ମାଙ୍କୁ ଟିଏମସି କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ହୋଇଛି ରାଜନୀତି। ବିଜେପି ଏବେ ଏହାକୁ ନେଇ ଟିଏମସିକୁ ଘେରିଛି। ପଶ୍ଚିମବଙ୍ଗ ବିଜେପି ଏ ନେଇ ଆହତ ବୃଦ୍ଧାଙ୍କ ପୋଷ୍ଟର ଲଗାଇଛି ରାଜ୍ୟର ପ୍ରମୁଖ ସ୍ଥାନମାନଙ୍କରେ। ଏଭଳି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବାକୁ ବିଜେପି ଦାବି କରିଛି।
নিজেকে বাংলার মেয়ে বলে দাবি করেন মুখ্যমন্ত্রী, আর তার শাসনেই বাংলার মায়েরা আজ অসুরক্ষিত। তাই বাংলার মা-বোনেদের সম্মান ও সুরক্ষা নিশ্চিত করতে প্রয়োজন আসল পরিবর্তন।
Shame! Even our Mothers are not safe in this State! Will the perpetrators of this brutal attack ever be punished? https://t.co/gpr5k2R2UH pic.twitter.com/ervZ0X2PLP
— Suvendu Adhikari • শুভেন্দু অধিকারী (@SuvenduWB) February 28, 2021
ବିଜେପି କର୍ମୀଙ୍କ ବୃଦ୍ଧ ମା ’ଏକ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେବାବେଳେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ବିଜେପିକୁ ସମର୍ଥନ କରିବାରୁ ଟିଏମସି କର୍ମୀମାନେ ତାଙ୍କୁ ଓ ତାଙ୍କ ପୁଅକୁ ମାଡ଼ ମାରି ଏପରି ଅବସ୍ଥା କରିଛନ୍ତି।
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ବେଳେ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି କର୍ମୀଙ୍କ ମଧ୍ୟରେ ବାରମ୍ବାର ହିଂସାକାଣ୍ଡ ଘଟୁଛି। ଏବେ ବିଜେପି କର୍ମୀ ଗୋପାଳ ମଜୁମଦାର ଅଭିଯୋଗ କରିଛନ୍ତି ଯେ ଫେବୃଆରୀ ୨୭ରେ ତିନି ଜଣ ଟିଏମସି କର୍ମଚାରୀ ତାଙ୍କ ଘରେ ପଶି ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ। ଏହି ମାମଲାରେ ଏକ ଏଫ୍ଆଇଆର୍ ମଧ୍ୟ ଦାଖଲ ହୋଇଛି।
ଏବେ ପଶ୍ଚିମବଙ୍ଗ ବିଜେପି ଏହି ମାମଲାରେ କୋଲକାତାରେ ମମତା ବିରୋଧୀ ପୋଷ୍ଟର ଲଗାଇଛି। ବୃଦ୍ଧା ଜଣଙ୍କ କହିଛନ୍ତି ଯେ ସେମାନେ ମୋ ମୁଣ୍ଡ ଓ ବେକକୁ ଆଘାତ ଦେଇଥିଲେ ପରେ ମୋତେ ବାଡେଇ ଲହୁ ଲୁହାଣ କରିଛନ୍ତି। ଏମିତିକି ଏ ବାବଦରେ କାହାକୁ ନ କହିବା ପାଇଁ କହିଥିଲେ।
ଏହା ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କହିଛନ୍ତି ଯେ କେରଳ ଏବଂ ପଶ୍ଚିମବଙ୍ଗର ସିପିଏମ ସଂସ୍କୃତି ଟିଏମସି କର୍ମୀମାନେ ଗ୍ରହଣ କରିଛନ୍ତି। ବହୁ ବର୍ଷ ଧରି ରାଜନୀତିକ ହିଂସା ସହ ଜଡିତ ଥିଲେ ଏବଂ ବର୍ତ୍ତମାନ ଏହା ସାର୍ବ ଜନୀନ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଘଟଣାକୁ ନେଇ ମୁଁ ଚିନ୍ତିତ।
ଦାର୍ଜିଲିଂର ବିଜେପି ସାଂସଦ ମଧ୍ୟ ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଗୋପାଳ ମଜୁମଦାର ଏବଂ ତାଙ୍କ ପରିବାର ଯଥାଶୀଘ୍ର ନ୍ୟାୟ ପାଇବା ଉଚିତ ଏବଂ ଏହା ମମତା ବାନାର୍ଜୀଙ୍କ ଦାୟିତ୍ୱ।
ତେବେ ନିକଟରେ ବିଜେପି ଅଭିଯୋଗ କରିଛି ଯେ ସେମାନଙ୍କ ରାଲି ପାଇଁ ବ୍ୟବହୃତ ହେଉଥିବା ଯାନବାହନକୁ ଟିଏମସି କର୍ମୀ ଭଙ୍ଗାରୁଜା କରିଛନ୍ତି। ଏହାକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା। ଏ ସମ୍ପର୍କରେ ନିର୍ବାଚନ କମିଶନ ରିପୋର୍ଟ ତଲବ କରିଥିଲେ। ପପେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।
The post ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ, ଟିଏମସିକୁ ଘେରିଲା ବିଜେପି appeared first on Odisha Reporter.
from Odisha Reporter https://ift.tt/3b35y8T
No comments:
Post a Comment