ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନ୍ଧରେ ସବୁବେଳେ ରହୁଥିଲା ଏକ ସ୍କୁଲ ବ୍ୟାଗ୍। ବ୍ୟାଗ୍ ଭିତରେ ବହି ନୁହେଁ ରହୁଥିଲା ହାତୁଡ଼ି, କଟର, ଗ୍ଲୋବ୍ସ, ମାସ୍କ। ଆଉ ବିମାନରେ ଥରକୁ ଥର ଓଡ଼ିଶାରୁ ସୁରତ ଉଡ଼ିଯାଉଥିଲା ଯୁବକ। ତାହା କୌଣସି ଜରୁରୀ କାର୍ଯ୍ୟ ପାଇଁ ନୁହେଁ ଚୋରି ପାଇଁ। ଏପରି ଥରକୁ ଥର ସୁରତ ଉଡ଼ିଯାଇ ସେଠାରେ କଳାକନା ବୁଲାଇ ଫେରି ଆସୁଥିଲା ଓଡ଼ିଶା । ଏହା ପୁଣି ବିନା କୌଣସି ସହାୟତାରେ। ସବୁ କାମ ନିଜେ ଏକାକୀ ହିଁ କରି ମାଲେମାଲ ହେଉଥିବା ଯୁବକକୁ ଶେଷରେ ବାନ୍ଧିଛି ସୁରତ କ୍ରାଇମବ୍ରାଞ୍ଚର ଏକ ଟିମ୍।
ଗିରଫ ଯୁବକ ଘର ଗଞ୍ଜାମ ଜିଲ୍ଲାରେ । କେତେବେଳେ ନିଜକୁ ଲାଲା ତ ପୁଣି କେତେବେଳେ ନିଲୁ ବୋଲି ପରିଚୟ ଦେଉଥିଲା । କ୍ରାଇମବ୍ରାଞ୍ଚ ସୂତ୍ରରୁ ତା ନାଁ ଦଣ୍ଡପାଣୀ ବିଷୋୟୀ ବୋଲି ଜଣାପଡ଼ିଛି । ଦଣ୍ଡପାଣୀ ନିକଟରୁ ୮ ଲକ୍ଷ ୯୨ ହଜାର ଟଙ୍କାର ସାମଗ୍ରୀ ଜବତ ହୋଇଛି। ତା ମଧ୍ୟରେ ବିପୁଳ ପରିମାଣର ଟଙ୍କା ବି ରହିଛି । ଏପରିକି କିଛି ବିଦେଶୀ ନୋଟ୍ ବି କ୍ରାଇମବ୍ରାଞ୍ଚ ଦଣ୍ଡପାଣୀ ନିକଟରୁ ଜବତ କରିଛି ।
ସୁରତରେ ଯେପରି କେହି ସନ୍ଦେହ ନ କରିବେ ସେଥିଲାଗି ସେଠାରେ ଘରଭଡ଼ା ନେଇ ରହୁଥିଲା ଦଣ୍ଡପାଣୀ ବିଷୋୟୀ । ପାଖ ପଡ଼ୋଶୀଙ୍କୁ କୌଣସି ଏକ ଅଫିସରେ ମ୍ୟାନେଜର ଭାବେ କାମ କରୁଥିବା କହୁଥିଲା ଦଣ୍ଡପାଣି । ହେଲେ ଶେଷରେ ସୁରତ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଯାଇଥିଲା ଏହି ଲୁଟେରା।
The post ଚୋରି କରିବାକୁ ବିମାନରେ ଉଡ଼ି ଯାଉଥିଲା ଲୁଟେରା, ହେଲେ ଶେଷରେ… appeared first on Odisha Reporter.
from Odisha Reporter https://ift.tt/3bF9Lyy
No comments:
Post a Comment