ଚାକିରୀ ଦେବି କହି ଠିକି ନେଲେ ୬୯ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ଚାକିରୀ ଦେବି କହି ଠିକି ନେଲେ ୬୯ ହଜାର

ଅନୁଗୋଳ (ବିରଜା ପ୍ରସାଦ ଦାସ): ପୁଣି ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ। ନିଯୁକ୍ତ ଦେବାକୁ କହି ଠକି ନେଲେ ହଜାର ହଜାର ଟଙ୍କା। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ପୁଲିସ ଉକ୍ତ ଠକେଇ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ  ରାଜକିଶୋରପଡ଼ାର ରଞ୍ଜନ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ରେଙ୍ଗାଳି ଅଞ୍ଚଳର ରଞ୍ଜନ କୁମାର ସାହୁ।

ସୂଚନା ମୁତାବକ, ଗତବର୍ଷ ଡିସେମ୍ବର ୫ ତାରିଖ ଦିନ ଏକ ଦୈନିକ ଖବରକାଗଜରେ ନିଯୁକ୍ତି ବିଜ୍ଞାପନ ବାହାରିଥିଲା। ସେଥିରେ ଓଡ଼ିଶାର ବିଭିନ୍ନ ଶିଲ୍ପାଞ୍ଚଳ ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ବିଜ୍ଞାପନ ଦିଆଯାଇଥିଲା । ବିଜ୍ଞାପନ ପଢ଼ି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ରହୁଥିବା ପି.ଧର୍ମା ରାଓ  ନିଜ ପୁଅ ପାଇଁ  ଆବେଦନ କରିଥିଲେ । ଆବେଦନ ଫର୍ମକୁ ବିଜ୍ଞାପନରେ ଦିଆଯାଇଥିବା ଇମେଲକୁ ପଠାଇଥିଲେ ।

କିଛି ସମୟ ପରେ ଏକ ମୋବାଇଲ ନମ୍ବରରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା । ପଞ୍ଜୀକରଣ ପାଇଁ ୫୨ ହଜାର ଟଙ୍କା ଦେବାକୁ ହେବ ବୋଲି କହିବା ସହ ଏକ ନିର୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ପାଇଁ କହି ଆକାଉଣ୍ଟ ନମ୍ବର ଦେଇଥିଲେ । ପୁଅର ଚାକିରୀ ପାଇଁ ଚିନ୍ତିତ ଥିବା ପି.ଧର୍ମା ରାଓ ୫୨ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଡ଼ିପୋଜିଟ କରିଥିଲେ। ତେବେ ଟଙ୍କା ପଠାଇବା ପରେ ନିଯୁକ୍ତି ପତ୍ର ମାଗିଥିଲେ ପି.ଧର୍ମାରାଓ । କିନ୍ତୁ ଠକମାନେ ତାଙ୍କ ଫୋନ ରିସିଭ କରିନଥିଲେ । ତେବେ ଏହାର କିଛି ଦିନ ପରେ ପୁଣି ଥରେ ୧୫ ହଜାର ଟଙ୍କା ମଗା ଯାଇଥିଲା । ତେବେ ପୂର୍ବ ଟଙ୍କା ଫେରାଇବାକୁ କହିବା ପରେ ଏନେଇ ଠକମାନେ ପୁଣି ଥରେ ୨ ହଜାର ଟଙ୍କା ମାଗିଥିଲେ। ୨ ହଜାର ଟଙ୍କା ଡିପୋଜିଟ କରିବା ପରେ ମଧ୍ୟ ପି.ଧର୍ମାରାଓ ଆଉ ଟଙ୍କା ଫେରି ପାଇନଥିଲେ। ଠକମାନେ ଫୋନ ସୁଇଚ ଅଫ୍ କରିଦେଇଥିଲେ।

ପରେ ଠକେଇର ଶିକାର ହୋଇଥିବା ନେଇ ଅନୁଗୋଳ ପୁଲିସ ନିକଟରେ ପି.ଧର୍ମାରାଓ ଅଭିଯୋଗ କରିଥିଲେ । ଅନୁଗୋଳ ଥାନାଧିକାରୀ ମାମଲାର ତଦନ୍ତ କରି ରଞ୍ଜନ ତ୍ରିପାଠୀ ତାଙ୍କ ସ୍ତ୍ରୀ ମିତାଲିଙ୍କ ସହ ଘଟଣାରେ ସଂପୃକ୍ତ ଅନ୍ୟଜଣେ ଯୁବକ ରଞ୍ଜନ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୩ଟି ବ୍ୟାଙ୍କ ପାସବୁକ , ୩ଟି ଏଟିଏମ କାର୍ଡ , ୩ଟି ମୋବାଇଲ ଫୋନ , ପ୍ୟାନ କାର୍ଡ , ଆଧାର କାର୍ଡ ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଛି ।

The post ଚାକିରୀ ଦେବି କହି ଠିକି ନେଲେ ୬୯ ହଜାର appeared first on Odisha Reporter.



from Odisha Reporter https://ift.tt/3kCUNxa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages