ଆକ୍ସନ ବୟରୁ ଲଭର୍ ବୟ ସାଜିଲେ ପ୍ରଭାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ଆକ୍ସନ ବୟରୁ ଲଭର୍ ବୟ ସାଜିଲେ ପ୍ରଭାସ

ମୁମ୍ବାଇ: ଆକ୍ସନ ବୟରୁ ରୋମାଣ୍ଟିକ ବୟ ସାଜିଲେ ବହୁବଳୀ ଫେମ୍ ତଥା ସାଉଥ ସୁପରଷ୍ଟାର ପ୍ରଭାସ। ରଫ ଆଣ୍ଟ ଟଫ ଲୁକ୍ ପରେ ଏବେ ରୋମାଣ୍ଟିକ ଲୁକରେ ନଜର ଆସିଲେ ସାହୋ ଷ୍ଟାର୍। ସାମ୍ନାକୁ ଆସିଲା ତାଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ’ର ପ୍ରି-ଟିଜର।

ରିଲିଜ ହୋଇଥିବା ଏହି ପ୍ରି-ଟିଜରରେ ପ୍ରଭାସଙ୍କୁ ଲଭର ବୟ ଲୁକରେ ଦେଖିବାକୁ ମିଳିଛି। ତୁଷାରପାତ ମଧ୍ୟରେ ସେ ଏକା ଏକା ରାସ୍ତାରେ ହସି ହସି ଚାଲୁଥିବା ଦେଖିବାକୁ ମିଳିଛି। ଭାଲେଣ୍ଟାଇନ ଡେ’ ପୂର୍ବରୁ ପ୍ରଭାସଙ୍କ ଏହି ଲୁକକୁ ଦେଖି ତାଙ୍କ ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି। ଏହି ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ିଯାଇଛି। ଗତ ସପ୍ତାହରେ ଫିଲ୍ମର ପୁରା ଟିଜର ରିଲିଜ ହେବ।

ଗତ ବର୍ଷ ୨୦୨୦ରେ ‘ରାଧେ ଶ୍ୟାମ’ ଫିଲ୍ମର ଘୋଷଣା ହୋଇଥିଲା। ଲକଡାଉନ ମଧ୍ୟରେ ହିଁ ଜର୍ଜିଆରେ ଏହି ଫିଲ୍ମର ଶୁଟିଂ ପୂରଣ କରାଯାଇଥିଲା। ନିର୍ଦ୍ଦେଶକ ରାଧାକୃଷ୍ଣ କୁମାର ଏହି ଫିଲ୍ମର ଶୁଟିଂ ସେଡ୍ୟୁଲକୁ ନେଇ ମାର୍ଚ୍ଚ ମାସରେ ହିଁ ଟୁଇଟ କରି ସୂଚନା ଦେଇଥିଲେ।

ଫିଲ୍ମର ଲିଡ୍ ରୋଲରେ ପ୍ରଭାସ ଥିବା ବେଳେ ତାଙ୍କ ଅପୋଜିଟରେ ପୂଜା ହେଗଡେ ଅଛନ୍ତି। ଏଥିରେ ପ୍ରଭାସଙ୍କୁ ଜଣେ ହସ୍ତରେଖା ପଢ଼ି ପାରୁଥିବା ଜ୍ୟୋତିଷ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ପୂଜାଙ୍କୁ ଏଥିରେ ଜଣେ ମ୍ୟୁଜିକ ଶିକ୍ଷକ ରୂପେ ନଜର ଆସିବେ। ଏହି ଫିଲ୍ମର ଅଧିକାଂଶ ଶୁଟିଂ ଇଟାଲୀ ଏବଂ ୟୁରୋପରେ ହୋଇଛି।

The post ଆକ୍ସନ ବୟରୁ ଲଭର୍ ବୟ ସାଜିଲେ ପ୍ରଭାସ appeared first on Odisha Reporter.



from Odisha Reporter https://ift.tt/3tuC4bb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages