ରାଜଧାନୀରେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ୍‌, ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ରାଜଧାନୀରେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ୍‌, ଧରାପଡ଼ିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ୍। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୪ ଡକାୟତଙ୍କୁ ଗିରଫ କରାଯାଇଛି। ସ୍ପେଶାଲ୍ ସ୍କ୍ୱାଡ୍ ଓ ଚନ୍ଦ୍ରଶେଖରପୁର ପୁଲିସ୍ ମିଳିତ ଭାବେ ଚଢ଼ାଉ କରି ଏହି ଡକାୟତମାନଙ୍କୁ ଗିରଫ କରିଛି।

ଗିରଫ ଡକାୟତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି। ତା’ସହିତ ସ୍ପୀଡ୍ ବାଇକ୍, ଏୟାର ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଏହି ଡକାୟତମାନେ ସାଧାରଣତଃ ରାଜଧାନୀରେ ମର୍ଣ୍ଣିଂୱାକ୍ କରୁଥିବା ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ୍। ଘାଟିକିଆ ସ୍ଥିତ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ପଛରେ ଥିବା ଜଙ୍ଗଲରୁ ଏହି ଝୁଲନ୍ତା ମୃତଦେହକୁ ଠାବ କରାଯାଇଛି। ମୃତଦେହଟି ୧୫ ରୁ ୨୦ ଦିନର ହେବ ବୋଲି କୁହାଯାଉଛି। ଆଣ୍ଠୁ ତଳକୁ କୁକୁର ଖାଇ ଦେଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିନି। ତେବେ ସେ ସ୍ଥାନୀୟ ଅଞ୍ଚଳର ହୋଇଥିବେ ବୋଲି ସନ୍ଦେହ କରାଯାଉଛି।

The post ରାଜଧାନୀରେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ୍‌, ଧରାପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/3joOr3I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages